ସ୍ତ୍ରୀ ମତେ ବାରମ୍ବାର ଦୁଷ୍କର୍ମ କରୁଛି ବୋଲି ଆଣିଲେ ଅଭିଯୋଗ ସ୍ବାମୀ, ସତ ଜାଣିଲେ ଉଡିଯିବ ଆପଣଙ୍କ ହୋସ

 
Stree

ସ୍ବାମୀ ଆଣିଲେ ସାଂଘାତିକ ଅଭିଯୋଗ ସ୍ତ୍ରୀ ଉପରେ, କହିଲେ ସେ ମତେ କରୁଛନ୍ତି ଦୁଷ୍କର୍ମ । ଏ କଥା ଶୁଣି ଆପଣଙ୍କୁ ଟିକେ ଅଡ଼ୁଆ ଲାଗୁଥାଇପାରେ । କାରଣ ମ୍ୟାରିଟାଲ ରେପ୍ ବିଷୟରେ ଆପଣ ହୁଏତ ଜାଣିଥିବେ ଅର୍ଥାତ୍ ସ୍ବାମୀ ଯଦି ସ୍ତ୍ରୀର ଇଚ୍ଛା ବିରୁଦ୍ଧରେ ସ୍ତ୍ରୀ ସହିତ ଶାରୀରିକ ସଂପର୍କ ରଖେ ତେବେ ଏହାକୁ ବୈାବାହିକ ଦୁଷ୍କର୍ମ ବୋଲି କୁହାଯାଏ । ଏଥିପାଇ ସ୍ତ୍ରୀ ସ୍ବାମୀଙ୍କ ବିରୋଧରେ ଅଭିଯୋଗ ଆଣିପାରିବେ ।

​​​Wife Rape Husband

କିନ୍ତୁ ଏଠି ଯେଉଁ ଘଟଣା ସମ୍ପର୍କରେ କହିବାକୁ ଯାଉଛୁ ତାହା ସମ୍ପୂଣ୍ଣ ଓଲଟା । ଏଠି ସ୍ବାମୀ ଆଣିଛନ୍ତି ସ୍ତ୍ରୀଙ୍କ ବିରୋଧରେ ଅଭିଯୋଗ । ତାଙ୍କ କହିବା କଥା ହେଲା ତାଙ୍କ ସ୍ତ୍ରୀ ତାଙ୍କ ସହ ଦୁଷ୍କର୍ମ କରିଛନ୍ତି । ତାଙ୍କର ଏମିତି ଅଭିଯୋଗକୁ ପୋଲିସ ଗୁରୁତ୍ୱ ନଦେବାରୁ ସେ ଅଦାଲତର ଦ୍ବାରସ୍ଥ ହୋଇଛନ୍ତି ।

ତାଙ୍କ ଅଭିଯୋଗରେ ସେ ଉଲ୍ଲେଖ କରିଛନ୍ତି ମୋ ସ୍ତ୍ରୀ ଦ୍ବାରା ମୁଁ ଦୁଷ୍କର୍ମର ଶିକାର ହୋଇଛି । ସେ ମତେ ବାରମ୍ଵାର ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଛନ୍ତି । ଏହି ଦମ୍ପତିଙ୍କ ବିବାହକୁ ଦୀର୍ଘ ଦଶ ବର୍ଷ ହୋଇଗଲାଣି ଉଭୟଙ୍କର ଦୁଇଟି ସନ୍ତାନ ମଧ୍ୟ ରହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ସ୍ତ୍ରୀର ଅତୀତ ବିଷୟରେ ସେ ଅନ୍ଧାରରେ ଥିଲେ ।

ଆହୁରି ପଢନ୍ତୁ :- ପୁଅ ସହ ସମ୍ପର୍କରେ ରହି ତା ବାପା ସହ ହୋଇଗଲା ଗାର୍ଲଫ୍ରେଣ୍ଡର ପ୍ରେମ, ଦୁହେଁ ହୋଇଗଲେ ଫେରାର୍, ଆଉ ତାପରେ...

ଏବେ ସେ ଜାଣିବାକୁ ପାଇଛନ୍ତି ଯେ ତାଙ୍କ ସ୍ତ୍ରୀର ଆଉ ଜଣେ ସ୍ବାମୀଙ୍କ ସମ୍ପର୍କରେ ଯେ କି ତାଙ୍କର ବିବାହ ପୂର୍ବରୁ ତାଙ୍କୁ ବିବାହ କରିଥିଲେ । ନିଜ ସ୍ତ୍ରୀର ଅତୀତ ବିଷୟରେ ନଜାଣି ସେ ତାଙ୍କ ସହିତ ଶାରୀରିକ ସଂପର୍କ ରଖିଛନ୍ତି । ଆଉ ଦୁଇ ସନ୍ତାନଙ୍କ ଡିଏନଏ ରିପୋର୍ଟ ମଧ୍ୟ ଅଲଗା ଆସିଛି ।