ଦେଖନ୍ତୁ ଭିଡ଼ିଓ: ଫିଲ୍ମ ଷ୍ଟାଇଲ ରେ ଚଳନ୍ତା ଟ୍ରକ୍ରୁ ବୋହିନେଲେ 12ଟି ଛେଳି ! ସୋସିଆଲ ମିଡ଼ିଆ ରେ ଭିଡ଼ିଓ ହେଲା ଭାଇରାଲ

ଆଗରୁ ସୁନା ଟଙ୍କା ଚୋରି ହେଉଥିଲା ଏବେ ପଶୁ ପକ୍ଷୀ ମଧ୍ୟ ସୁରକ୍ଷିତ ନାହାନ୍ତି । ସବୁ ଦିନ ଚୋରି ଡକାୟତି ଭଳି ଖବର ସାମ୍ନା କୁ ଆସୁଛି । ଲୁଚି ଲୁଚି ଚୋରିକରୁଥିବା ଘଟଣା ଆପଣମାନେ ତା ଆଗରୁ ବହୁତ ଶୁଣିଥିବେ କିନ୍ତୁ ସର୍ବ ସମ୍ମୁଖରେ ରାସ୍ତା ଉପରୁ ଚୋରି କରି ନେଉଥିବା କଥା ଶୁଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ ଆପଣ ।
ଭିଡ଼ିଓ ରେ ଦେଖାଯାଉଛି ଯେ ବିଚ୍ ରାସ୍ତାରେ ହାଇୱେରୁ ଲୁଟି ନେଉଛି ଚୋର । ଆଉ ତାହା ପୁଣି ବଡ଼ ବଡ଼ ଛୋଳି । ବ୍ୟକ୍ତି ଜଣକ ହାଇୱେରେ ଯାଉଥିବା ଏକ ବଡ଼ ଟ୍ରକ୍ରୁ ଗୋଟିଏ ପରେ ଗୋଟିଏ ଛେଳିକୁ ନିଜ କାର ର ସାହାର୍ଯ୍ୟରେ ଲୁଟି ଚାଲିଛି ।
ସୂଚନା ଅନୁଯାୟୀ ଏହି ଘଟଣା ମହାରାଷ୍ଟ୍ରର ଅଟେ । ଜଣେ ବ୍ୟକ୍ତି ଏକ ଚଳନ୍ତା ବଡ଼ ଟ୍ରକ୍ ଉପରେ ଚଢ଼ିବା ସହ ଗୋଟିଏ ପରେ ଗୋଟିଏ ଛେଳି ଗୁଡ଼ିକୁ ଟ୍ରକ୍ ଭିତରୁ ବାହାରକରି ରାସ୍ତା ଉପରକୁ ଫିଙ୍ଗିଦେଉଛନ୍ତି । ତେବେ ଟ୍ରକ୍ ଭିତରୁ 12ଟି ଛେଳି ଚୋରି କରାଯାଇଥିବା ଜଣା ପଡିଛି ।
ଦେଖନ୍ତୁ ଭିଡ଼ିଓ:
कानपुर उन्नाव हाइवे पे ट्रक से बकरे चोरी करने वाला गिरोह जो लग्जरी कार से चोरी कर रहा....
— Mohit Sharma (@Mohit_Casual_) April 30, 2023
वीडियो गौर से देखिए........@Uppolice pic.twitter.com/ytC6m6owgI
ଚୋରି କରୁଥିବା ର ଏହି ଦୃଶ୍ୟ ଟ୍ରକ୍ ପଛରେ ଯାଉଥିବା ଜଣେ ବ୍ୟକ୍ତି ତାଙ୍କ ଫୋନ୍ରେ ଭିଡିଓ କରି ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଛନ୍ତି । ଏହା ପରେ ଏହି ଭିଡ଼ିଓ ଟି ଭାଇରଲ ହେବାରେ ଲାଗିଛି ।