ଦେଖନ୍ତୁ ଭିଡ଼ିଓ: ବିଚ୍ ରାସ୍ତାରେ ମହିଳା ପୋଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର କଲେ ଯୁବକ, ବିରୋଧ କରିବାରୁ କଲେ ମରଣାତ୍ମକ ଆକ୍ରମଣ

 
Police ku akramana

ଦିନକୁ ଦିନ ଦେଶରେ ବଢ଼ି ଚାଲିଛି ଅପରାଧୀମାନଙ୍କ ଉପଦ୍ରବ। ଆଜିକାଲି ସାଧାରଣ ଲୋକଙ୍କ କଥା ଛାଡ଼ନ୍ତୁ ବିଚ୍ ରାସ୍ତାରେ ପୋଲିସକୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିବାକୁ ପଛାଉନାହାନ୍ତି ଦୁର୍ବୁତ୍ତ। ଏହାର ଏକ ଜ୍ୱଳନ୍ତ ଉଧାରଣ ଲକ୍ଷ୍ନୌ ସହରର ଅଲିଗଞ୍ଜଠାରେ ଦେଖିବାକୁ ମିଳିଛି। ଯେଉଁଠାରେ ଜଣେ ମହିଳା ପୋଲିସ କର୍ମଚାରୀ ଆକ୍ରମଣର ଶିକାର ହୋଇଥିବା ଜଣାଯାଇଛି।

Mahila police

ମିଳିଥିବା ସୂଚନା ଅନୁଯାଇ ମହିଳା ପୋଲିସ କର୍ମଚାରୀ ଜଣକ ସ୍କୁଟର ଯୋଗେ କାର୍ଯ୍ୟକୁ ଫେରୁଥିବା ବେଳେ ଅଲିଗଞ୍ଜ ଛକଠାରେ ତାଙ୍କୁ ଜଣେ ଯୁବକ ଦୁର୍ବ୍ୟବହାର କରିଥିଲେ। ମହିଳା ପୋଲିସ କର୍ମଚାରୀ ଏହାର ବିରୋଧ କରିବାରୁ ଯୁବକ ଜଣକ ତାଙ୍କୁ ଏକ ଲୁହା ଛଡ଼ରେ ଅତର୍କିତ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ମହିଳାଙ୍କର ମୁଣ୍ଡରେ ଶକ୍ତ ଆଘାତ ଲାଗିବାରୁ ସେ ତଳେ ପଡି ଯାଇଥିଲେ। ଦେଖନ୍ତୁ ଭିଡ଼ିଓ:-

ସ୍ଥାନୀୟ ଲୋକେ ଏହା ଦେଖି ମହିଳାଙ୍କୁ ଉଦ୍ଧାର କରିବା ପାଇଁ ରୁଣ୍ଡ ହୋଇଯାଇଥିଲେ ଯାହାର ଫାଇଦା ନେଇ ଅଭିଯୁକ୍ତ ଫେରାର ହୋଇଯାଇଥିବା କୁହାଯାଉଛି। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ମହିଳା କର୍ମଚାରୀଙ୍କୁ ତୁରନ୍ତ ଡ଼ାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିଲା। ଏଥିନେଇ ଲୋକେ ସ୍ଥାନୀୟ ଥାନାରେ ଏତଲା ଦେବାପରେ ପୋଲିସ ଅଭିଯୁକ୍ତ ଯୁବକ ପ୍ରଭାତ ସିଂ ବିରୋଧରେ ଧାରା ୩୩୩, ୩୫୩, ୩୫୪-କ, ୩୦୭, ୪୨୭​ ଅନୁଯାଇ ଏକ ମାମଲା ରୁଜୁ କରିବା ସହ ଗିରଫ କରିଛି। ଅଭିଯୁକ୍ତକୁ ଛାଡ଼ିବା ପାଇଁ ଚାପ ପଡ଼ିଥିଲେ ହେଁ ପୋଲିସ ତାକୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।