ଭାଇରାଲ୍ ହେଉଥିବା ଏହି ଭିଡ଼ିଓରେ ଯୁବତୀଙ୍କୁ କାହିଁକି ମାଡ଼ ମାରୁଛନ୍ତି ଯୁବକ, କାରଣ କରିଦେବ ତାଜୁବ୍, ଜାଣନ୍ତୁ ପୂରା ଘଟଣା

 
Jubaka jubati marpit

କିଛିଦିନରୁ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଖୁବ୍ ଭାଇରାଲ୍ ହେଉଛି ଯେଉଁ ଥିରେ ୨ ଯୁବତୀଙ୍କୁ ଜଣେ ଯୁବକ ତଳେ ପକାଇ ମାଡ଼ ମାରୁଛନ୍ତି। ତେବେ ଏହି ଭିଡ଼ିଓ ଦେଖି ଲୋକମାନେ ଲକ୍ଷ୍ନୌ କ୍ୟାବ ଡ୍ରାଇଭର ଓ ଯୁବତୀଙ୍କ ଭିତରେ ହୋଇଥିବା ଘଟଣାକୁ ନେଇ ଏଠାରେ ୨ ଯୁବତୀଙ୍କୁ ଦୋଷ ଦେଉଛନ୍ତି, ହେଲେ ଘଟଣା ଟି ପୂରା ଅଲଗା। ଛତିଶଗଡ ବାଲୋଡାବାଜାର ଜିଲ୍ଲାର ସିମଗା ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ବନ୍ଧୁଙ୍କ ପତ୍ନୀଙ୍କୁ ଅସଦାଚରଣ କରିବା ଏବଂ ଏହାକୁ ବିରୋଧ କରିବାରୁ ସ୍ଥାନୀୟ ଅଞ୍ଚଳର ବିଜେପି କାଉନସିଲର ମହିଳାଙ୍କୁ ଅତି ନିର୍ମମ ଭାବେ ମାଡ ମାରୁଥିବାର ଭିଡିଓ ଭାଇରାଲ ହେଉଛି। ତେବେ, ପୀଡିତାଙ୍କ ଅଭିଯୋଗକୁ ଆଧାର କରି ସିମଗା ପୋଲିସ ଷ୍ଟେସନରେ ଅଭିଯୁକ୍ତ ବିଜେପି କାଉନସିଲରଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି।

Mahila

ପୂର୍ବରୁ ମଧ୍ୟ ବିଜେପି କାଉନସିଲର ସୂର୍ଯ୍ୟକାନ୍ତ ତାମ୍ରକାର ଏହି ମହିଳାଙ୍କୁ ତାଙ୍କ ଘରେ ପଶି ଅସଦାଚରଣ କରିବା ସହ ତାଙ୍କ ସହ ସେକ୍ସ କରିବା ପାଇଁ ପ୍ରବର୍ତ୍ତାଇଥିଲେ। ଏହି ଘଟଣା ସମୟରେ ମହିଳାଙ୍କ ସ୍ୱାମୀ ସେଠାରେ ଉପସ୍ଥିତ ଥିଲେ ହେଁ ସେ ଏହାକୁ ବିରୋଧ କରିନଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ମହିଳା ଜଣକ ମଧ୍ୟପ କାଉନସିଲର ଏବଂ ସ୍ୱାମୀକୁ ଚପଲରେ ପିଟିଥିଲେ। ଦେଖନ୍ତୁ ଭିଡ଼ିଓ:-

ପରବର୍ତ୍ତୀ ସମୟରେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ଦୋକାନକୁ ଯାଇଥିଲେ। ଯେଉଁଠାରେ ବିଜେପି କାଉନସିଲର ଏବଂ ତାଙ୍କ ସ୍ୱାମୀ ଦୁହେଁଙ୍କୁ ଦେଖିବାକୁ ପାଇଥିଲେ। ସେମାନଙ୍କ ମଧ୍ୟରେ ପୂର୍ବ କଥାକୁ ନେଇ ଯୁକ୍ତିତର୍କ ହେବା ପରେ ମହିଳା ଏବଂ ତାଙ୍କର ଆଉ ଜଣେ ସାଥି କାଉନସିଲର ଏବଂ ତାଙ୍କ ସାଙ୍ଗକୁ ଏକ ଠେଙ୍ଗାରେ ପିଟିଥିଲେ। ଏହାର ଜବାବରେ ଉଭୟ ଅଭିଯୁକ୍ତ ସେମାନଙ୍କ ଚୁଟିକୁ ଧରି ଝିଙ୍କିବା ସହ ନିର୍ମମ ଭାବରେ ପିଟୁଥିବାର ଦେଖିବାକୁ ମିଳିଥିଲା। ଯାହାର ଭିଡ଼ିଓ ଭାଇରାଲ୍ ହେଇଥିଲା।

Viral video

ଏହି ଘଟଣାର ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି। ଅନ୍ୟପକ୍ଷରେ ମହିଳାଙ୍କ ଏତଲାକୁ ଆଧାର କରି ପୋଲିସ ଉଭୟ ଅଭିଯୁକ୍ତଙ୍କ ନାମରେ ଧାରା ୨୯୪, ୩୨୩, ୩୪, ୩୫୪, ୪୫୨ ଏବଂ ୫୦୬ ଲଗାଇ ମାମଲା ରୁଜୁ କରିଛି। ମିଳିଥିବା ସୂଚନା ଅନୁଯାଇ ଅଭିଯୁକ୍ତ ସ୍ୱାମୀକୁ ପୋଲିସ ଗିରଫ କରିଥିବା ବେଳେ ଅଭିଯୁକ୍ତ କାଉନସିଲର ଏବେ ଯାଏଁ ଫେରାର ଅଛନ୍ତି।