ଖଟା ପାଣିରେ ନିଜେ ପରିସ୍ରା କରି ମିଶାଇଦେଲା ଏହି ଗୁପୁଚୁପ୍ ବାଲା, ଭାଇରାଲ୍ ହେଲା ପୂରା ଦୃଶ୍ୟ, ଦେଖନ୍ତୁ ଭିଡ଼ିଓ

 
Gupcup bala

ସୋସିଆଲ ମିଡ଼ିଆରେ ଅନେକ କୌତୁହଳପୂର୍ଣ୍ଣ ଭିଡ଼ିଓ ସହ ଏପରି କିଛି ଭିଡ଼ିଓ ଅପଲୋଡ଼ କରାଯାଇଥାଏ ଯାହା ଜନସାଧାରଣଙ୍କୁ ସଚେତନ କରାଇବାରେ ସକ୍ଷମ ହୋଇଥାଏ। ବର୍ତ୍ତମାନ ଇଣ୍ଟରନେଟରେ ଏହିପରି ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ଗୁପଚୁପ ବିକାଳୀ ଖଟ୍ଟା ପାଣିରେ ପରିସ୍ରା ମିଶାଇ ଦେଉଥିବା ଦେଖିବାକୁ ମିଳୁଛି।

Gupcup

ଭାଇରାଲ ହେଉଥିବା ଘଟଣାଟି ଆସାମର ଗୁଆହାଟୀରେ ଘଟିଥିବା ଭିଡ଼ିଓରେ ଉଲ୍ଲେଖ କରାଯାଇଛି। ଏହି ଭିଡ଼ିଓରେ ପ୍ରଥମେ ଗୁପଚୁପ ବିକାଳୀ ଜଣକ ଲୁଚିଛପି ଏକ ମଗରେ ନିଜର ପରିସ୍ରା ସଂଗ୍ରହ କରୁଛି। ଏହାପରେ ତୁରନ୍ତ ସେହି ପରିସ୍ରାକୁ ଖାଦ୍ୟ ପରିବେଷଣ ହେଉଥିବା ଏକ ବାଲ୍ଟିରେ ମିଶାଇ ଦେଉଥିବା ଦେଖିବାକୁ ମିଳୁଛି।

ଦେଖନ୍ତୁ ଭିଡ଼ିଓ:-

ଚଳିତ ମାସ ୨୦ ତାରିଖରେ ଏହି ଭିଡ଼ିଓଟି ଇଣ୍ଟରନେଟରେ ଅପଲୋଡ଼ ହେବାପରେ ଏହା ଖୁବ ଭାଇରାଲ ହୋଇଛି। ଲୋକେ ଏହି ଭିଡ଼ିଓ ଦେଖି ଛି-ଛାକର କରୁଥିବା ବେଳେ ଗୁପଚୁପ ବିକାଳୀକୁ ଏଥିପାଇଁ ଦଣ୍ଡ ମିଳିବା ଉଚିତ ବୋଲି କହିଛନ୍ତି। ତେବେ, ବ୍ୟକ୍ତି ଜଣକ କାହିଁକି ଏପରି କରିଛନ୍ତି ତାହାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।