ଚୋର ଧରିବାକୁ ଯାଇଥିବା ପୋଲିସକୁ ଗୋଡ଼ାଇ ନିସ୍ତୁକ ପିଟିଲା ଚୋର, ମାଡ଼ ଖାଇ ପୋଲିସ୍ ହସ୍ପିଟାଲରେ ଭର୍ତ୍ତି, ଦେଖନ୍ତୁ ଭିଡ଼ିଓ

 
Police chora mada

ଅପରାଧିକୁ ପୋଲିସ ମାଡ଼ ମାରିଥିବା କଥା ତ ଆପଣ ନିଶ୍ଚିତ ଶୁଣିଥିବେ କିନ୍ତୁ ବର୍ତ୍ତମାନ ପୋଲିସକୁ ଚୋରଟିଏ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପିଟିବା ଭଳି ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଛି। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ସାଇଲୋ ପଞ୍ଚାୟତର ବାଲିସାହି ଗ୍ରାମରେ ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ଘଟଣା ମୁତାବକ ସାଇଲୋ ପଞ୍ଚାୟତ ତୋଟାସାହି ଗ୍ରାମର ବୁଢୀ ଜାଗୁଳାଇ ମନ୍ଦିରର ତାଲା ଭାଙ୍ଗି ଗତକାଲି ରାତିରେ ଚୋରି କରାଯାଇଥିଲା। ଗାଁ ଲୋକେ ଏହାକୁ ନେଇ ଏତଲା ଦେବା ପରେ ପୋଲିସ ନିଜର ସନ୍ଧାନୀ କୁକୁର ସହ ସେଠାରେ ପହଞ୍ଚିଥିଲା। ଅପରାହ୍ନରେ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା ଯାହା ପରେ ତୋଟାସାହି ମନ୍ଦିର ଠାରୁ ସନ୍ଧାନୀ କୁକୁର ଖୋଜି ଖୋଜି ପଡୋଶୀ ବାଲିସାହି ଗ୍ରାମର ରତ୍ନାକର ବରାଳଙ୍କ ଘର କବାଟ ଆଡ଼କୁ ଇଙ୍ଗିତ କରିଥିଲା।

ଏହାପରେ ସାଥିରେ ଥିବା କନେଷ୍ଟବଳ ଜଣକ ଉକ୍ତ ଘର କବାଟ ବଡେଇଥିଲେ। କିନ୍ତୁ, ହଠାତ ଘର ଭିତରୁ ରତ୍ନାକରଙ୍କ ପୁଅ ନନ୍ଦ ଏକ ମାରଣାସ୍ତ୍ର ସହ ବାହାରକୁ ବାହାରି ଆସି ପୋଲିସ ଉପରକୁ ଆକ୍ରମଣ କରିଥିଲା। ଏପରିକି ରାସ୍ତାରେ କନେଷ୍ଟବଳଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ସହ ଅଟକାଇବାକୁ ଯାଇଥିବା ଦୁଇ ବ୍ୟକ୍ତିଙ୍କୁ ମଧ୍ୟ ଆହତ କରି ଦେଇଥିଲା। ଘଟଣାରେ ଗୁରୁତର ହୋଇଥିବା କନେଷ୍ଟବଳଙ୍କୁ ପୋଲିସ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ସେଠାରେ ଉପସ୍ଥିତ ଥିବା ମହିଳା ସବ-ଇନ୍ସପେକ୍ଟରକୁ ମାଡ଼ ମାରି ଅପରାଧି ଜଣକ ସେଠାରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଏହି ଘଟଣାକୁ କେନ୍ଦ୍ର କରି ଉଭୟ ଗ୍ରାମ ଭିତରେ ଛକା ପଞ୍ଝା ଲାଗି ରହିଥିବାରୁ ସେଠାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଦେଖନ୍ତୁ ଭିଡ଼ିଓ-