ଦେଖନ୍ତୁ ଭିଡ଼ିଓ: ମୁଣ୍ଡ ଉପରେ ବନ୍ଧୁକ ଲଗାଇଲା ଚୋର, ମାତ୍ର ଭାଗ୍ୟ ଖରାପ ଏମିତି ମାଡ଼ ଖାଇ ଚିତ୍କାର କଲା ଯେ, ତା ବାପ କାଳେ ମଧ୍ୟ...

 
ଦେଖନ୍ତୁ ଭିଡ଼ିଓ: ମୁଣ୍ଡ ଉପରେ ବନ୍ଧୁକ ଲଗାଇଲା ଚୋର, ମାତ୍ର ଭାଗ୍ୟ ଖରାପ ଏମିତି ମାଡ଼ ଖାଇ ଚିତ୍କାର କଲା ଯେ, ତା ବାପ କାଳେ ମଧ୍ୟ...

ରାସ୍ତା ଉପରେ ଜଣେ ବ୍ୟକ୍ତିଙ୍କୁ ଲୁଟିବାକୁ ଡକାୟତ ମାନେ ଚେଷ୍ଟା କରୁଥିବା ବେଳେ ଉକ୍ତ ବ୍ୟକ୍ତି ଡକାୟତ କୁ ପ୍ରବଳ ମାଡ଼ ମାରିବା ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ଭିଡ଼ିଓ ତିରର କାଲିଫର୍ନିଆର ସାନ ଲେଣ୍ଡ୍ରୋରେ ଜଣେ ବ୍ୟକ୍ତି କାର ବାହାରେ ଠିଆ ହୋଇଥିବା ଦେଖାଯାଉଛି। ସେ ତାଙ୍କ କାରର ଲକ୍ ଖୋଲିବା ମାତ୍ରେ ଦୁଇଜଣ ଲୁଟେରା ବନ୍ଧୁକ ଧରି ଆସି ଯାଉଛନ୍ତି ଏବଂ ବ୍ୟକ୍ତି ଜଣକ ମୁଣ୍ଡରେ ବନ୍ଧୁକ ଲଗାଇ ଧମକାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ ବ୍ୟକ୍ତି ଜଣକ ଡକାୟତକୁ ପାଲଟା ଆକ୍ରମଣ କରିବା ସହ ପିଟିବା ଆରମ୍ଭ କରି ଦେଉଛନ୍ତି, ଏପରିକି ସେ ତାକୁ ଟେକି ତଳେ କଚାଡି ଦେଉଥିବା ଦେଖିବାକୁ ମିଳୁଛି।

ତେବେ ଏହି ସମୟ ଭିତରେ ଡକାୟତ ହାତରୁ ବନ୍ଧୁକ ଖସି ଦୂରରେ ପଡୁଛି। ବ୍ୟକ୍ତି ଜଣକ ଡକାୟତକୁ ତଳେ ପକାଇ ଦେବା ମାତ୍ରେ ସେ ପାଟି କରି , "ହେ, ହେ ... ଠିକ ଅଛି ମୋତେ ଛାଡିଦିଅ।" ବୋଲି କହୁଥିବାର ଶୁଣିବାକୁ ମିଳୁଛି। ଦ୍ୱିତୀୟ ଅପହରଣକାରୀ ମଧ୍ୟ "ଆରେ, ତାକୁ,ଯିବାକୁ ଦିଅ ବୋଲି ଚିତ୍କାର କରୁଥିବାର ଦେଖିବାକୁ ମିଳୁଛି।