ଦେଖନ୍ତୁ ଭିଡ଼ିଓ: ଏହି ସାଧାରଣ କାରଣରୁ ଝିଅମାନଙ୍କୁ ଅତି ନିର୍ମମ ଭାବରେ ପିଟିଲେ ପରିବାର ଲୋକେ, ଭିଡ଼ିଓ ହେଲା ଭାଇରାଲ….

 
Girls beaten by family

ମଧ୍ୟପ୍ରଦେଶର ଆଦିବାସୀ ଜନବହୁଳ ଅଞ୍ଚଳ ଗୁଡିକରେ ଝିଅ ବୋହୁମାନଙ୍କ ଉପରେ ଅତ୍ୟାଚାରର ଖବର ବଢ଼ିବାରେ ଲାଗିଛି। କିଛି ଦିନ ତଳେ ଶାଶୂଘରୁ ବାପଘରକୁ ଚାଲି ଆସିଥିବା ଜଣେ ମହିଳାଙ୍କୁ ପରିବାର ଲୋକେ ନିର୍ମମ ଭାବରେ ପିଟୁଥିବାର ଭିଡ଼ିଓ ଭାଇରାଲ ହୋଇଥିବା ବେଳେ ବର୍ତ୍ତମାନ ଧାର୍ ଜିଲ୍ଲାରେ ଏହାର ପୁନରାବୃତ୍ତି ହୋଇଛି। 

ମଧ୍ୟପ୍ରଦେଶର ଧାର୍ ଜିଲ୍ଲାରେ ଦୁଇ ଜଣ ଯୁବତୀଙ୍କୁ ଅତି ନିର୍ମମ ଭାବରେ ଠେଙ୍ଗା ଏବଂ ଲାଠିରେ ପିଟାଯାଉଥିବାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଏପରିକି ରହି ଭିଡ଼ିଓରେ ପୁରୁଷ ଲୋକଙ୍କ ସହ କିଛି ମହିଳାମାନେ ମଧ୍ୟ ଏହି ପାଶବିକ ଅତ୍ୟାଚାର କରିବାରେ ଲିପ୍ତ ଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ଏହାର ଭିଡ଼ିଓ କରି ଇଣ୍ଟରନେଟରେ ଅପଲୋଡ଼ କରିବା ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା।

ଦେଖନ୍ତୁ ଭିଡ଼ିଓ:-

ମିଳିଥିବା ସୂଚନା ଅନୁଯାଇ ଗତ ଜୁନ ମାସ ୨୨ ତାରିଖରେ ଏହି ଘଟଣା ଘଟିଥିଲା। ପୀଡିତା ଦୁଇ ଭଉଣୀ କେବଳ ସେମାନଙ୍କ ମାମୁଘର ଭାଇମାନଙ୍କ ସହ ଫୋନ୍ ରେ କଥା ହେଉଥିବାରୁ ପରିବାର ଲୋକେ ସେମାନଙ୍କ ଉପରେ ଏହି ଅମାନୁଷିକ ଅତ୍ୟାଚାର କରିଥିଲେ। ତେବେ ଜୁନ ୨୫ ତାରିଖରେ ଏହି ଘଟଣାର ଭିଡ଼ିଓ ପୋଲିସ ହାତରେ ଲାଗିବା ପରେ ଏହାର ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ବେଳେ ଉଭୟଙ୍କ ମଧ୍ୟରୁ ଜଣେ ଯୁବତୀଙ୍କୁ ଥାନାକୁ ଆଣି ପୋଲିସ ତାଙ୍କର ବୟାନ ରେକର୍ଡ କରିଥିଲା ଏବଂ ଏହାକୁ ଆଧାର କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିବା ସୂଚନା ମିଳିଛି।