ଯୁବତୀଙ୍କୁ ସର୍ବସାମ୍ନାରେ ଅସଦାଚରଣ କରି ଅଚିହ୍ନା ଯୁବକ ସହ ଜବରଦସ୍ତି ବିବାହ କରାଇ ମଜା ନେଲେ ଯୁବଗୋଷ୍ଠୀ, ଦେଖନ୍ତୁ ଭିଡ଼ିଓ

 
Juba gosti

ଆଜିର ଶିକ୍ଷିତ ସମାଜରେ ଯୁବପିଢ଼ିମାନେ ନାରୀମାନଙ୍କୁ ସମ୍ମାନ ଏବଂ ଇଜ୍ଜତ ଦେବା କଥା କିନ୍ତୁ ଏପରି ମଧ୍ୟ କିଛି ଖବର ସାମ୍ନାକୁ ଆସୁଛି ଯେଉଁଥିରେ କିଛି ଯୁବକ ଜଣେ ଯୁବତୀଙ୍କୁ ଅସଦାଚରଣ କରିବା ସହ ଏହି ଘଟଣାର ଭିଡ଼ିଓ ରେକର୍ଡ଼ କରି ସୋସିଆଲ ମିଡିଆରେ ଭାଇରାଲ କରି ଦେଇଛନ୍ତି। ଏହିଭଳି ଏକ ସମ୍ବେଦନଶୀଳ ଘଟଣା ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ସୋନପୁର ବଙ୍ଗୀୟ ଡିଏନକେ ଗ୍ରାମରେ ଘଟିଥିବା ସୂଚନା ମିଳିଛି। 

Molested

ପିଡୀତାଙ୍କ ବାପାଙ୍କ କହିବା ଅନୁଯାଇ ଯୁବତୀ ଜଣକ ତାଙ୍କ ଭଉଣୀ ଘରକୁ ବୁଲିବାକୁ ଯାଇଥିଲେ। ସେଠାରେ ଭିଣୋଇ ଭାଇ ତାଙ୍କୁ ଅନ୍ୟ ଜଣେ ଯୁବକଙ୍କ ସହିତ ଗାଧୁଆ ଘରେ ଭର୍ତ୍ତି କରି ବାହାର ପଟୁ ବନ୍ଦ କରିଦେଇଥିଲେ। ଏହା ପରେ ଗାଁର କେତେକ ଯୁବକ ସେଠାରେ ପହଞ୍ଚି ଯୁବତୀଙ୍କୁ ଅସଦାଚରଣ କରିବା ସହିତ ଜବରଦସ୍ତି ତାଙ୍କର ବିବାହ କରାଇବାକୁ ଚେଷ୍ଟା କରିଥିଲେ।

Victim

ଭାଇରାଲ ହେଉଥିବା ଭିଡ଼ିଓରେ ଯୁବତୀ ଜଣକ କାନ୍ଦି କାନ୍ଦି ଛାଡ଼ିଦେବାକୁ ନିବେଦନ କରୁଥିବା ବେଳେ ସେଠାରେ ଥିବା ଯୁବକମାନେ ତାଙ୍କୁ ଟଣାଓଟରା କରୁଥିବା ଦେଖିବାକୁ ମିଳିଛି। ଭିଡ଼ିଓଟି ଗଣମାଧ୍ୟମରେ ଭାଇରାଲ ହେଉଥିବା ବେଳେ ଏହି ଘଟଣାରେ ଥିବା ଦୋଷୀ ମାନଙ୍କୁ ଉପଯୁକ୍ତ ଶାସ୍ତି ନ ମିଳିଲେ ସେ ଆତ୍ମହତ୍ୟା କରିବେ ବୋଲି ପୀଡିତା ଜଣକ କହିଛନ୍ତି। ଏଥିନେଇ ପୀଡିତା ରାଇଘର ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ଦେଖନ୍ତୁ ଭିଡ଼ିଓ-