ଦେଖନ୍ତୁ ଭିଡ଼ିଓ: ଗଣମାଧ୍ୟମ ଆଗରେ ନିଜ ହେଟ୍ ଷ୍ଟୋରି ବଖାଣିଲେ ନିର୍ଯାତିତା ମହିଳା, କହିଲେ ‘ସ୍ତ୍ରୀକୁ ସମ୍ଭାଳିବାର ଔକାତ ନାହିଁ ଯଦି..

 
ଦେଖନ୍ତୁ ଭିଡ଼ିଓ: ଗଣମାଧ୍ୟମ ଆଗରେ ନିଜ ହେଟ୍ ଷ୍ଟୋରି ବଖାଣିଲେ ନିର୍ଯାତିତା ମହିଳା, କହିଲେ ‘ସ୍ତ୍ରୀକୁ ସମ୍ଭାଳିବାର ଔକାତ ନାହିଁ ଯଦି..

"ମୋ ଠାରୁ ଦୂରେଇ ରୁହ, ଆଇ ନିଡ ସ୍ପେଶ। ସ୍ତ୍ରୀକୁ ସମ୍ଭାଳିବାର ଔକାତ ନାହିଁ, ତ ବାହା କ'ଣ ପାଇଁ ହେଲା।" ଏହା କୌଣସି ଫିଲ୍ମର ଡାଇଲଗ୍ ନୁହେଁ ବରଂ ସ୍ୱାମୀ ଠାରୁ ନିର୍ଯାତିତ ଜଣେ ମହିଳାଙ୍କ ଗଣମାଧ୍ୟମ ଆଗରେ ଚିତ୍କାର କରି କହୁଥିବା କଥା।

ବିବାହ ର ଚାରି ବର୍ଷ ପରେ ଲଭ ଷ୍ଟୋରୀ ଠାରୁ ବଳି ଯାଇଛି ହେଟ୍ ଷ୍ଟୋରୀ, ପାରିବାରିକ କଳହ ରୁ ରାସ୍ତା କୁ ଓଲ୍ହାଇ ଆସିଛନ୍ତି ଯୁବତୀ। ଯୁବତୀଙ୍କ କହିବା ମୁତାବକ ତାଙ୍କର ୨୦୧୬ ମସିହାରେ ସୁରେଶ ବଳ ନାମକ ଜଣେ ବ୍ୟକ୍ତିଙ୍କ ସହ ବିବାହ ହୋଇଥିଲା। ବିବାହ ହେବା ୪ ମାସ ପୂର୍ବରୁ ସେ ତାଙ୍କ ସହ କଥା ମଧ୍ୟ ହୋଇଥିଲେ କିନ୍ତୁ ବିବାହ ପରେ ସବୁକିଛି ବଦଳି ଯାଇଥିଲା। ଏମିତି କି ଚଉଠି ରାତିରେ ସ୍ୱାମୀ ନିଜ ସହ ଶାରୀରିକ ସମ୍ବନ୍ଧ ରଖିବାକୁ ମଧ୍ୟ ମନା କରିଦେଇଥିଲେ।

ଇତି ମଧ୍ୟରେ ୪ ବର୍ଷ ବିତି ଯାଇଥିଲେ ମଧ୍ୟ ସ୍ୱାମୀଙ୍କ ଠାରୁ ନିର୍ଯାତନା ପାଉଥିବା କହିଛନ୍ତି ଶ୍ରଦ୍ଧାଞ୍ଜଳି ବଳ ନାମକ ଏହି ମହିଳା। ଶ୍ରଦ୍ଧାଞ୍ଜଳିଙ୍କ ଅଭିଯୋଗ ଅନୁଯାୟୀ, ସୁରେଶ କେବଳ ତାଙ୍କ ବାପା ମା’ଙ୍କ ଖୁସି ପାଇଁ ବାହା ହୋଇଥିଲେ। ବିବାହର ୧୦ ଦିନ ପରେ ସେ ପୁନେ ପଳାଇଥିବା ବେଳେ  ଶ୍ରଦ୍ଧାଞ୍ଜଳି  ଶାଶୁ  ଘରେ ରହିଥିଲେ। ସେଠାରେ ମଧ୍ୟ ତାଙ୍କୁ ନିର୍ଯାତନାର ଶିକାର ହେବାକୁ ପଡ଼ିଥିଲା। ଶାଶୁ ଘରେ ଭିଣୋଇ ତାଙ୍କୁ ଖରାପ ବ୍ୟବହାର କରିବା ସହ ଅଶାଳୀନ ମେସେଜ କରୁଥିବା ମଧ୍ୟ କହିଛନ୍ତି ଶ୍ରଦ୍ଧାଞ୍ଜଳି। ଦେଖନ୍ତୁ ଭିଡିଓ-

(ଭିଡ଼ିଓ ସୌଜନ୍ୟ- Odisha Reporter)

ଏଥିନେଇ ଶ୍ରଦ୍ଧାଞ୍ଜଳି ମହିଳା କମିଶନଙ୍କ ପାଖରେ ଅଭିଯୋଗ ପରେ ଉଭୟେ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଥିଲେ ମଧ୍ୟ, ବର୍ତ୍ତମାନ ସୁରେଶ କ୍ଷତିପୂରଣ ବାବଦକୁ ୧୦ ଲକ୍ଷ ଟଙ୍କା ଦେବାକୁ ମନା କରିଦେଇଥିଲେ। ଏହି କଥାକୁ ନେଇ ସର୍ବସାଧାରଣ ସ୍ଥାନରେ ସେମାନେ ମାରପିଟ ହୋଇଥିଲେ। ଅପରପକ୍ଷରେ ନିଜ ସ୍ତ୍ରୀ ନାମରେ ପାଲଟା ମାରପିଟ ର ଅଭିଯୋଗ ଆଣିଛନ୍ତି ସୁରେଶ ବଳ ଏବଂ ଏଥିନେଇ ଏକ ଏତଲା ମଧ୍ୟ ଦେଇଥିବା ଜାଣିବାକୁ ମିଳିଛି।