ପ୍ରେମ ପାଇଁ ମହାଭାରତ: ଗାଁ ଦାଣ୍ଡରେ ପ୍ରେମିକ ଓ ପ୍ରେମିକା ପରିବାର ଭିତରେ ଚାଲିଲା ଭୟଙ୍କର ଯୁଦ୍ଧ, ଦେଖନ୍ତୁ ଭିଡିଓ

 
Ladhei

ପ୍ରେମ ପାଇଁ ବର୍ତ୍ତମାନ ଯୁବକ ଏବଂ ଯୁବତୀମାନେ କୌଣସି ସ୍ଥର କୁ ଖସିଯାଉଥିବା ବେଳେ ଅନେକ ସିନେମା ରେ ପ୍ରେମ ଜନିତ କାରଣରୁ ଉଭୟ ପ୍ରେମିକ ଏବଂ ପ୍ରେମିକା ପରିବାର ମଧ୍ୟରେ ଯୁଦ୍ଧ ହେଉଥିବା ପ୍ରାୟତଃ ସମସ୍ତେ ଦେଖିଥିବେ। କିନ୍ତୁ ଏହିପରି ଏକ ଘଟଣା ରିୟଲ ଲାଇଫ ରେ ଘଟିଛି ଯାହାର ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

ଗାଁ ଦାଣ୍ଡରେ ସ୍ପଷ୍ଟ ଦିବାଲୋକରେ ପ୍ରେମିକ ଓ ପ୍ରେମିକା ର ପରିବାର ମଧ୍ୟରେ ହୋଇଛି ଖଣ୍ଡଯୁଦ୍ଧ। ଏହିପରି ଏକ ଘଟଣା ବାଲେଶ୍ଵର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ଓସ୍ତପୁର ଗ୍ରାମରେ ଦେଖିବାକୁ ମିଳିଛି। ତେବେ ଏହି ଘଟଣା ମେ ମାସ ୧୦ ତାରିଖରେ ଘଟିଥିବା ବେଳେ ଏହାର ଏକ ଭଡ଼ିଓ ଭାଇରାଲ ହୋଇଥିଲା। ଦେଖନ୍ତୁ ଭିଡିଓ- 

(ସୌଜନ୍ୟ : କେନ୍ୟୂଜ୍) 

ପୁରା ଘଟଣା ମୁତାବକ ବାଲେଶ୍ଵର ସହରର ଜଣେ ଯୁବକଙ୍କର ସ୍ଥାନୀୟ ଓସ୍ତପୁରର ଜଣେ ଯୁବତୀଙ୍କ ସହ ପ୍ରେମସମ୍ପର୍କ ଗଢି ଉଠିଥିଲା ତେବେ ଏଥିରେ ଉଭୟ ପରିବାର ଅସହମତି  ପ୍ରକାଶ କରିଥିବା ବେଳେ ଉଭୟ ପରିବାର ଭିତରେ ବାଚସା ଆରମ୍ଭ ହୋଇଥିଲା। ଧୀରେ ଧୀରେ ଏହି ବଚସା ଉଗ୍ର ରୂପ ଧାରଣ କରିବା ସହ ଯୁବତୀଙ୍କ ଘର ଆଗରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଏହି ସଂଘର୍ଷରେ ଉଭୟ ପକ୍ଷରୁ ଅନେକ ଲୋକେ ଆହତ ହୋଇଥିବା ଖବର ମିଳିଛି।