ଦେଖନ୍ତୁ ଭିଡ଼ିଓ: ଅପରାଧୀ ଧରିବାକୁ ଆସି ମହିଳାଙ୍କ ଛାତି ଉପରେ ବସିପଡ଼ିଲେ ପୋଲିସ ବାବୁ!! ଭାଇରାଲ ହେଲା ଭିଡ଼ିଓ,ଆଉ ତା ପରେ….

 
Cop vs woman

ପୋଲିସର ଦାଦାଗିରି ଏବଂ ଏହାକୁ ବିରୋଧ କରି ସାଧାରଣ ଜନତାଙ୍କ ସହ ଧସ୍ତାଧସ୍ତି ହେବା ପରି ଅନେକ ଘଟଣା ଘଟୁଛି। କିନ୍ତୁ, ଉତ୍ତର ପ୍ରଦେଶର କାନପୁରରୁ ଏକ ଏଭାଳି ଚିତ୍ର ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ପୋଲିସ ବାବୁ ଦାଦାଗିରି ଏବଂ ହିଂସାର ସବୁ ସୀମାକୁ ଟପିଯାଇଛନ୍ତି। ଭାଇରାଲ ହେଉଥିବା ଏହି ଭିଡ଼ିଓଟିରେ ଜଣେ ମହିଳାଙ୍କ ଛାତିଉପରେ ପୁରୁଷ ପୋଲିସବାବୁ ବସିପଡ଼ି ଆକ୍ରମଣ କରୁଥିବାର ଦେଖାଯାଉଛି ଯାହାକୁ ଲୋକେ କଡ଼ା ନିନ୍ଦା କରୁଛନ୍ତି।

ତଦନ୍ତ କରିବା ପରେ ଏହି ରହସ୍ୟମୟ ଘଟଣା ସମ୍ପର୍କରେ ଅଧିକ ସୂଚନା ମିଳିଛି। ସୂଚନା ମୁତାବକ ସେହିଦିନ ଥାନା ଅଧିକାରୀ ଜଣକ ୪ ପୁରୁଷ କନେଷ୍ଟବଳଙ୍କ ସହ ସ୍ଥାନୀୟ ଦୁର୍ଗଦାସପୁରର ଶିବମ ନାମକ ଜଣେ ଅପରାଧିକୁ ଧରିବା ପାଇଁ ଯାଇଥିଲେ। କିନ୍ତୁ, ସେଠାରେ ଅଭିଯୁକ୍ତଙ୍କ ବାଵଦରେ ପ୍ରଶ୍ନ କରିବା ସମୟରେ ତାଙ୍କ ପରିବାର ଏବଂ ପୋଲିସ କର୍ମୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।

ପରିସ୍ଥିତିକୁ ସମ୍ଭାଳିବା ନିମନ୍ତେ ଶିବମଙ୍କ ଜଣେ ସମ୍ପର୍କୀୟା ମହିଳା ବୁଝାମଣା ନିମନ୍ତେ ସାହାସ କରି ଆଗକୁ ଆସିଥିଲେ ହେଲେ ଉତକ୍ଷିପ୍ତ ପୋଲିସବାବୁ ତାଙ୍କୁ ମାରିବାପାଇଁ ଗୋଡେଇଥିଲେ। ଏହାରି ମଧ୍ୟରେ ମହିଳାଙ୍କ ବୋହୂ ସେମାନଙ୍କୁ ଅଟେଇବାର ପ୍ରାୟସ କରିଥିଲେ ମଧ୍ୟ ପୋଲିସବାବୁ ତାଙ୍କ ସହ ମଧ୍ୟ ହାତାହାତୀ ହେଵାକୁ ପଛେଇ ନଥିଲେ ଫଳରେ ଉଭୟେ ତଳେ ପଡିଯାଇଥିଲେ। ଉପସ୍ଥିତ ଥିବା ୨ କନେଷ୍ଟବଳ ଘଟଣାର ଭିଡ଼ିଓ ରେକର୍ଡ କରୁଥିବା ଜାଣିପାରି ଜଣେ ମହିଳା ନିଜର ପୋଷାକ ଚିରିଦେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା।

ଦେଖନ୍ତୁ ଭିଡ଼ିଓ:-

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଗୋଟିଏ ଭିଡ଼ିଓରେ ପୋଲିସର ଅସଦାଚରଣ ଦେଖିବାକୁ ମିଳୁଥିବା ବେଳେ ଅନ୍ୟଟିରେ କିଛି ମହିଳା ପୋଲିସକୁ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। ଘଟଣା ସମ୍ପର୍କରେ ଏସପି କେଶବ ଚୌଧୁରୀ ଅବଗତ ହେବାପରେ ଏହାର ଏକ ନିରପେକ୍ଷ ତଦନ୍ତ ହେବ ବୋଲି ସେ ଆଶ୍ୱାସନା ଦେଇଛନ୍ତି।