ପୁଣି ଲକ୍ଷ୍ନୌରେ ବିନା ଭୁଲରେ ମାଡ଼ ଖାଇଲେ ଡ୍ରାଇଭର, ଅଟୋ ଭଡ଼ା ମାଗିବାରୁ ଚପଲରେ ମାରିଲେ ମହିଳା, ଦେଖନ୍ତୁ ଭିଡ଼ିଓ

 
Auto driver and women

ଲକ୍ଷ୍ନୌ ସହରରେ ଜଣେ ଯୁବତୀ କ୍ୟାବ୍ ଡ୍ରାଇଭରଙ୍କୁ ବିଚ୍ ରାସ୍ତାରେ ଚାପୁଡ଼ା ମାରିବା ଘଟଣା ବର୍ତ୍ତମାନ ସୁଦ୍ଧା ଶାନ୍ତ ପଡିନଥିବା ବେଳେ ଏବେ ଆଉ ଜଣେ ମହିଳା ଏହାର ପୁନରାବୃତ୍ତି କରିଛନ୍ତି। ମହିଳା ଜଣକ ଜଣେ ଅଟୋ ଡ୍ରାଇଭରଙ୍କୁ ଚାପୁଡ଼ା ମାରିବା ସହ ଚପଲରେ ପିଟୁଥିବାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Mahila

ମିଳିଥିବା ସୂଚନା ମୁତାବକ ଅଭିଯୁକ୍ତ ମହିଳା ଜଣକ ଆଉ ଦୁଇ ଜଣ ଯୁବକଙ୍କ ସହିତ ଅଟୋରେ ଆସିଥିଲେ। ପହଞ୍ଚିବା ପରେ ଡ୍ରାଇଭର ଜଣକ ସେମାନଙ୍କୁ ଭଡ଼ା ମାଗିଥିଲେ। କିନ୍ତୁ, ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ଭଡ଼ା ଟଙ୍କା ଠାରୁ କମ ଦେବାରୁ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ପରେ ଏହା ଉଗ୍ର ରୂପ ନେବା ସହ ମହିଳା ଜଣକ ହଠାତ ଉତକ୍ଷିପ୍ତ ହୋଇ ଅଟୋ ଡ୍ରାଇଭରଙ୍କୁ ଚାପୁଡ଼ା ମାରିବା ସହ ଚପଲରେ ପିଟିଥିଲେ।

ଦେଖନ୍ତୁ ଭିଡ଼ିଓ:-

​​​​ଏହି ଘଟଣା ସମୟର ଭିଡ଼ିଓ ଭାଇରାଲ ହୋଇଥିବା ବେଳେ ସେତେବେଳେ ସେଠାରେ ପୋଲିସ ଉପସ୍ଥିତିରେ ମହିଳା ଚାପୁଡ଼ା ମାରିଥିବା ଦେଖିବାକୁ ମିଳିଛି। ଲକ୍ଷ୍ନୌ ସହରରେ ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି।