ଭିଡ଼ିଓ: ପଶ୍ଚିମବଙ୍ଗରେ ହାହାକାର! ମତଦାନ କରିବାକୁ ଆସିଥିବା ମହିଳାଙ୍କ ଛୁଆକୁ ଛଡ଼ାଇ ନେଲେ ମୁସଲିମ ମହିଳାମାନେ, କହିଲେ ଯଦି ଆଉ କାହାକୁ ବୋଟ

 
ଭିଡ଼ିଓ: ପଶ୍ଚିମବଙ୍ଗରେ ହାହାକାର! ମତଦାନ କରିବାକୁ ଆସିଥିବା ମହିଳାଙ୍କ ଛୁଆକୁ ଛଡ଼ାଇ ନେଲେ ମୁସଲିମ ମହିଳାମାନେ, କହିଲେ ଯଦି ଆଉ କାହାକୁ ବୋଟ

ପଶ୍ଚିମବଙ୍ଗରେ ନିର୍ବାଚନ ଚତୁର୍ଥ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ, କିନ୍ତୁ ଏଠାରେ ନିର୍ବାଚନ ଓ ମତଦାନ ସମୟରେ ​​ହିଂସା ଜାରି ରହିଛି। ଏକ ସ୍ଥାନୀୟ ବଙ୍ଗଳା ନିଉଜ୍ ଅନୁଯାୟୀ, ଶୀତଳାକୁଚି ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଜୋରାପାଟକି ଅଞ୍ଚଳର ଏକ ମତଦାନ କେନ୍ଦ୍ରକୁ ଯାଇଥିବା ଜଣେ ମହିଳା ଆଜି ସମାନ ହିଂସାରେ ନିଜ ପିଲାକୁ ହରାଇଛନ୍ତି।

ଏହି ଖବର ଅନୁଯାୟୀ, ମହିଳା ଭୋଟ୍ ଦେବା ପାଇଁ ମତଦାନ କେନ୍ଦ୍ରରେ ପ୍ରବେଶ କରିବା ମାତ୍ରେ ହିଂସାତ୍ମକ ଜନତା ସେଠାରେ ବୋମା ମାଡ଼ ସହ ଆକ୍ରମଣ କରିବା ଆରମ୍ଭ କରିଥିଲେ।  ପିଡ଼ିତାଙ୍କ କହିବା ମୁତାବକ "ମୁଁ ଯେତେବେଳେ ମତଦାନ ପାଇଁ ବଟନ୍ ଦବାଇବାକୁ ଗଲି, ସେଠାରେ ଆକ୍ରମଣ ଆରମ୍ଭ ହୋଇ ଯାଇଥିଲା। ଆକ୍ରମଣକାରୀ ମାନେ ରକ୍ତ ମୁଖା ହୋଇପଡିଥିଲେ। ଏବଂ ଏହାପରେ ମୁଁ ମୋ ପିଲା ସହ ମତଦାନ କେନ୍ଦ୍ରରୁ ବାହାରି ପାରିଲୁ ନାହିଁ।"

ଏହାପରେ ମହିଳା କହିଛନ୍ତି ଯେ ଏହି ହିଂସା ଭିତରେ ଜଣେ ମୁସଲିମ ମହିଳା କୁରାଢ଼ୀ ନେଇ ଆକ୍ରମଣ କରିବା ସହ ତାଙ୍କର ଶିଶୁକୁ ତାଙ୍କ ଠାରୁ ଛଡ଼ାଇ ନେଇଥିଲେ। ଏହାପର ଠାରୁ ତାଙ୍କ ଶିଶୁଟି ମିଳୁନଥିବାରୁ ମହିଳା ଜଣକ କାନ୍ଦିବା ସହ ତାଙ୍କ ପିଲାଟିକୁ ଖୋଜୁଥିବାର ଦେଖା ଯାଇଥିଲା। ତେବେ ମହିଳାଙ୍କ ଜଣେ ସମ୍ପର୍କୀୟଙ୍କର ଛୁଆ ମଧ୍ୟ ସମାନ ଭାବରେ ଗାୟବ ହୋଇଯାଇଥିବା ଜଣା ପଡ଼ିଛି।

ତେବେ ଅପଲୋଡ୍ ହୋଇଥିବା ଭିଡିଓରେ ତୃଣମୂଳ କଂଗ୍ରେସ ଦଳର ନେତା ପୀଡିତାଙ୍କୁ ଭୟଭୀତ କରୁଥିବା ଦେଖିବାକୁ ମିଳିଛି। ଟିଏମସି ନେତାମାନେ ଏହି ମାମଲାକୁ ବୁଝିବା ପରିବର୍ତ୍ତେ ଉକ୍ତ ମହିଳାଙ୍କ ଉପରେ ଚାପ ପକାଇବା ସହ, ମହିଳାଙ୍କୁ ଘଉଡାଇବାକୁ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଉଥିବାର ଦେଖାଯାଉଛି।