ପ୍ରେମିକାର ଘର ଲୋକଙ୍କୁ ମନେଇବା ପାଇଁ ଟାୱାର ଉପରେ ଚଢିଗଲା ଯୁବକ, ଆଉ ତାପରେ କଣ ହେଲା ଦେଖନ୍ତୁ ଭିଡିଓ

 
Man in tower

ହିନ୍ଦୀ ଚଳଚିତ୍ର ଜଗତର ସଫଳ ଚଳଚିତ୍ର "ଶୋଲେ" ରେ ଅଭିନେତା ଧର୍ମେନ୍ଦ୍ର ଟାଙ୍କି ଉପରେ ଚଢ଼ି ଆତ୍ମହତ୍ୟା ର ନାଟକ କରୁଥିବା ଦୃଶ୍ୟ ପ୍ରାୟ ସମସ୍ତେ ଦେଖିଥିବେ ନିଶ୍ଚିତ। କିନ୍ତୁ ଉତ୍ତରପ୍ରଦେଶର କନୌଉଜ ଜିଲ୍ଲାରେ ଜଣେ ଯୁବକ ତା ପ୍ରେମିକାଙ୍କୁ ବିବାହ କରିବାକୁ ଜିଦ୍ ଧରି ଫିଲ୍ମ ଷ୍ଟାଇଲରେ ଏକ ଉଚ୍ଚ ମୋବାଇଲ ଟାୱାର ଉପରକୁ ଚଢ଼ି ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲା।

 ଏହି ଘଟଣା ଗୁରୁସାହିଗଞ୍ଜର ଅଞ୍ଚଳରେ ଘଟିଥିବା ବେଳେ ସ୍ଥାନୀୟ ଲୋକମାନେ ପୋଲିସକୁ ଏହି ବିଷୟରେ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପହଞ୍ଚିବା ପରେ ପୋଲିସ ବାଳକକୁ ପ୍ରବର୍ତ୍ତାଇ ସୁରକ୍ଷିତ ଭାବରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିଥିଲା। ଏହି ଘଟଣା ଅନୁସାରେ ଯୁବକଙ୍କ ବୟସ ୧୯ ବର୍ଷ ହୋଇଥିବା ବେଳେ ସେ ସ୍ଥାନୀୟ ଅଞ୍ଚଳର ଜଣେ ଝିଅକୁ ଭଲ ପାଉଥିଲା।

କୁହାଯାଉଛି ଯେ ପୁଅ ଆଗରୁ ପରିବାର ଆଗରେ ବିବାହ ପ୍ରସ୍ତାବ ଦେଇଥିଲା। କିନ୍ତୁ, ଝିଅଟି ଏହି ସମ୍ପର୍କ ପାଇଁ ରାଜି ହୋଇନଥିଲା। ଏହା ପରେ ବୁଧବାର ଦିନ ଯୁବକ ଜଣକ ସ୍ଥାନୀୟ ଏକ ମୋବାଇଲ୍ ଟାୱାରରେ ଚଢ଼ି ଏହି ହାଇ ଭୋଲଟେଜ୍ ଡ୍ରାମା ଆରମ୍ଭ କରିଥିଲା। ସେଠାରେ ଉପସ୍ଥିତ ଥିବା କିଛି ଲୋକ ଏହି ଘଟଣାର ଏକ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଭାଇରାଲ ପୋଷ୍ଟ କରିଥିଲେ ଯାହା ଭାଇରାଲ ହୋଇଯାଇଥିଲା। ଦେଖନ୍ତୁ ଭିଡ଼ିଓ-

ତେବେ ସମ୍ପୃକ୍ତ ଝିଅଟି ଘଟଣାସ୍ଥଳରେ ପହଞ୍ଚି ବିବାହ କରିବାର ଆଶ୍ୱାସନା ଦେବା ପରର, ଯୁବକ ଜଣକ ତଳକୁ ଆସିଥିଲେ ମଧ୍ୟ ମାଡ ଖାଇବା ଭୟରେ ବେହୋସ ହେବାର ଅଭିନୟ କରିଥିଲେ। ଏହା ପରେ ପୋଲିସ ଯୁବକଙ୍କୁ ବୁଝାସୁଝା କରି ତାଙ୍କ ସମ୍ପର୍କୀୟଙ୍କ ନିକଟରେ ତାକୁ ହସ୍ତାନ୍ତର କରିଥିଲା।