ଦେଖନ୍ତୁ ଭିଡ଼ିଓ: ଭଉଣୀ ହତ୍ୟାର ପ୍ରତିଶୋଧ ନେଲା ଭାଇ, ବିଚ୍ ରାସ୍ତାରେ ଭଉଣୀକୁ ମାରିଥିବା ଦମ୍ପତ୍ତିଙ୍କୁ ଗୁଳି କରି କଲା ହତ୍ୟା

 
Man shoot couple

ବର୍ତ୍ତମାନ ଲାଇଭ ମର୍ଡରର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଘୁରିବୁଲିଛି ଯେଉଁଥିରେ ବିଚ୍ ରାସ୍ତା ଉପରେ ଏକ ଡାକ୍ତର ଦମ୍ପତିଙ୍କୁ ଗୁଳି କରି ହତ୍ୟା କରିଦିଆଯାଉଛି। ଏହି ଖବର ମୁତାବକ ସଶସ୍ତ୍ର ଅପରାଧୀମାନେ ଶୁକ୍ରବାର ଦିନ ରାଜସ୍ଥାନ ଭରତପୁରର ଏକ ଘରୋଇ କ୍ଲିନିକରୁ କାର ଯୋଗେ ହୀରଦାସ ବସ ଷ୍ଟାଣ୍ଡ ଆଡ଼କୁ ଯାଉଥିବା ଜଣେ ଡାକ୍ତର ଦମ୍ପତିଙ୍କୁ ହତ୍ୟା କରିଛନ୍ତି। ଡାକ୍ତର ଦମ୍ପତିଙ୍କୁ ହତ୍ୟା କରିଥିବା ଅପରାଧୀଙ୍କ ଏହି କାର୍ଯ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି।

ଏହାପରେ କିନ୍ତୁ ଏହି ହତ୍ୟାକାଣ୍ଡ କୁ ନେଇ ଆଉ ଏକ ବଡ ଖୁଲାସା ହୋଇଛି। ପ୍ରକୃତରେ, ଭରତପୁରରେ ସର୍ବସାଧାରଣରେ ହତ୍ୟା କରାଯାଇଥିବା ଡାକ୍ତର ଦମ୍ପତି ମଧ୍ୟ ଅପରାଧିକ କାର୍ଯ୍ୟରେ ଲିପ୍ତ ଥିଲେ। ଭରତପୁର ଆଇଜି ଏହା ବିଷୟରେ ସୂଚନା ଦେଇ କରିଛନ୍ତି ଯେ ଏହି ମୃତ ଡାକ୍ତରମାନେ ଏକ ଡବଲ ମର୍ଡର ମାମଲାରେ ପୂର୍ବରୁ ଜେଲ ଦଣ୍ଡ ପାଇସାରିଛନ୍ତି।

ସୂଚନାନୁସାରେ, ମୃତ ଡକ୍ଟର ସୁଦୀପ ଗୁପ୍ତା ଦୀପା ନାମକ ଜଣେ ଝିଅ ସହିତ ପ୍ରେମ ସମ୍ପର୍କ ରଖିଥିଲେ, ଏବଂ ତାଙ୍କର ୬ ବର୍ଷର ଏକ ପୁତ୍ର ସନ୍ତାନ ମଧ୍ୟ ଥିଲା। ଡକ୍ଟର ସୁଦୀପ ଗୁପ୍ତାଙ୍କ ପତ୍ନୀ ଡକ୍ଟର ସୀମା ଗୁପ୍ତା ଏହା ବିଷୟରେ ଜାଣିବା ପରେ ଡାକ୍ତର ସୁଦୀପ ଗୁପ୍ତାଙ୍କ ପତ୍ନୀ ଏବଂ ତାଙ୍କ ମା ଏହି ଘଟଣାର ବିରୋଧ କରିଥିଲେ। ୨୦୧୯ ମସିହାରେ ଦୀପା ଏବଂ ତାଙ୍କ ପୁଅକୁ ଏହି ଡାକ୍ତର ଦମ୍ପତି ସୂର୍ଯ୍ୟ ସିଟି ଭିତରେ ଥିବା ଏକ ଘରେ ନିଆଁ ଲଗାଇ ପୋଡି ଦେଇଥିଲେ।

ଏହାପରେ ମୃତ ଦୀପାଙ୍କ ଭଉଣୀ ଡାକ୍ତର ଦମ୍ପତିଙ୍କ ବିରୋଧରେ ଏକ ହତ୍ୟା ମାମଲା ରୁଜୁ କରିଥିଲେ। ଏହି ମାମଲାରେ ଡାକ୍ତର ଦମ୍ପତି ଏବଂ ତାଙ୍କ ମା ମଧ୍ୟ ଜେଲରେ ଥିଲେ କିନ୍ତୁ ୨୦୨୦ ମସିହାରେ ଏହି ତିନିଜଣଙ୍କୁ ଜାମିନରେ ମୁକ୍ତ କରାଯାଇଥିଲା। ବର୍ତ୍ତମାନ ମଧ୍ୟ କୋର୍ଟରେ ଏହାର ଶୁଣାଣି ଚାଲିଥିବାବେଳେ। ସୂଚନାନୁସାରେ, ଦମ୍ପତିଙ୍କୁ ଗୁଳି କରିଥିବା ବ୍ୟକ୍ତି ଦୀପାଙ୍କ ଭାଇ ଅଟେ, ତେଣୁ ନିଜ ଭଉଣୀର ହତ୍ୟାରେ କ୍ରୋଧିତ ହୋଇ ସେ ଡାକ୍ତର ଦମ୍ପତିଙ୍କୁ ଗୁଳି କରି ହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ।