ଗଣବଳାତ୍କାର ପରେ ଭିଡ଼ିଓ କରି ବ୍ଲାକମେଲ୍! ଆତ୍ମହତ୍ୟା କରିଲେ ନାବାଳିକା ଭଉଣୀ, ଜାଣନ୍ତୁ ପୁରା ଘଟଣା

 
Suicide

ନାବାଳିକା ଭଉଣୀଙ୍କୁ ଗଣବଳାତ୍କାର ପରେ ଉଭୟେ ଆତ୍ମହତ୍ୟା କରିଛନ୍ତି। କାନପୁର ଘାଟମପୁର ଥାନା ଅନ୍ତର୍ଗତ ଅଞ୍ଚଳରେ ଏଭଳି ଦୁଃଖଦ ଘଟଣା ଘଟିଯାଇଛି। ତେବେ, ନାବାଳିକାଙ୍କ ପରିବାର ତରଫରୁ ଏଥିନେଇ ଥାନାରେ ଅଭିଯୋଗ ମଧ୍ୟ କରାଯାଇଅଛି। ଏହା ଆତ୍ମହତ୍ୟା ଘଟଣା ନୁହେଁ ବରଂ ସେମାନଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି।

Rape

Follow our WhatsApp channel and get all the Latest news:-

WhatsApp Channel (Join Now) Join Now

ଘାଟମପୁର ଥାନାଠାରୁ ୨୦ କିଲୋମିଟର ଦୂରରେ ଅବସ୍ଥିତ ଏକ ଗାଁରେ ରାଜା ସିଦ୍ଧିକି ନାମକ ବ୍ୟକ୍ତିଙ୍କ ଇଟା ଭାଟ୍ଟି ରହିଛି। ଏଠାରେ ହମିରପୁର ଗାଁର କିଛି ପରିବାର ରହି କାମ କରିଥାନ୍ତି। ଏହି ଇଟାଭାଟିର ଠିକାଦାର ରାମରୁପ ଏବଂ ସେଠାରେ ଚୁଲିରେ ସଞ୍ଜୁ ଏବଂ ରାଜ୍ଜୁ ନାମକ ଦୁଇ ଶ୍ରମିକ ମଧ୍ୟ କାମ କରନ୍ତି।

Suicide

ତେବେ, ସେହି ପରିବାରର ଏହି ଦୁଇ ନାବାଳିକାଙ୍କୁ ରାମରୂପ, ସଞ୍ଜୁ ଏବଂ ରାଜୁ ହିଁ ଉଠାଇ ନେଇ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ବରଂ ଏହି ଘୃଣ୍ୟ କାମର ସେମାନେ ଭିଡ଼ିଓ ରେକର୍ଡ କରି ପୀଡିତାଙ୍କୁ ବ୍ଲାକମେଲ ମଧ୍ୟ କରିଥିଲେ। ଯାହାଫଳରେ ସେମାନେ ଆତ୍ମହତ୍ୟା କରିଥିବା କୁହାଯାଉଛି।

Suicide

ପୋଲିସ ଏହି ଘଟଣାକୁ ଗୁରୁତର ସହିତ ନେଇ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। କେବଳ ସେତିକି ନୁହେଁ ବରଂ ଏଥିନେଇ କଡା ତଦନ୍ତ ମଧ୍ୟ ଜାରି ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି। ପୀଡିତାଙ୍କ ବୟସ ୧୪ ବର୍ଷ ଏବଂ ୧୬ ବର୍ଷ ହୋଇଥିବା ବେଳେ ସେମାନଙ୍କୁ ମଦ୍ୟପାନ କରାଇ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ମୃତଦେହ ବ୍ୟବଚ୍ଛେଦ ହୋଇ ଆସିବା ପରେ ହିଁ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିପାରିବ ବୋଲି ପୋଲିସ କହିଛି।

ଆହୁରି ପଢ଼ନ୍ତୁ:- ସେକ୍ସ କରିବା ପରେ ପରିସ୍ରା ଯିବା ଶରୀର ପାଇଁ କେତେ ଉପଯୋଗୀ? ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ….