ପରସ୍ପରର ଭଉଣୀକୁ ଭଲପାଇ ବସିଲେ ୨ ସାଙ୍ଗ, ଅଜବ୍ ପ୍ରେମ କାହାଣୀର ଏହି ଭୟଙ୍କର ପରିଣତି ଜାଣି ହୋଇଯିବେ ତାଜୁବ୍

 
Eloped

ପରସ୍ପରର ଭଉଣୀଙ୍କୁ ନେଇ ଫେରାର ହୋଇଗଲେ ଦୁଇ ଯୁବକ। କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ। କିନ୍ତୁ, ଅମରୋହା ହସନପୁର ଅଞ୍ଚଳରୁ ଏହିଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏହି ଦୁଇ ପ୍ରେମୀଯୁଗଳ ଘରୁ ଫେରାର ହୋଇଯାଇଥିବା ବେଳେ ଜଣେ ନାବାଳିକା ଏଥିରେ ସମ୍ପୃକ୍ତ ଥିବାରୁ ସେମାନଙ୍କୁ ହଟହଟା ହେବାକୁ ପଡିଛି।

Eloped

ମିଳିଥିବା ସୂଚନା ଅନୁଯାଇ ଗଜରାଉଲା ପୋଲିସ ଷ୍ଟେସନ ପରିସରରେ ରହୁଥିବା ଯୁବକଙ୍କ ପରିବାର ହାସନପୁର କୋତୱାଲିର ଗଙ୍ଗା ବନ୍ଧରେ ଥିବା ଗାଁରେ ଚୁକ୍ତିଭିତ୍ତିକ ଚାଷ କାର୍ଯ୍ୟ କରନ୍ତି। ତାଙ୍କ ପରିବାର ଚାଷ ଜମି ଉପରେ ନିର୍ମିତ ଏକ କୁଟୀରରେ ରୁହନ୍ତି। ସେହିପରି କୁଟୀର ପାଖରେ ଆଉ ଜଣେ ଯୁବକଙ୍କର ଚାଷ ଜମି ରହିଛି ଏବଂ ସେମାନେ ମଧ୍ୟ ସେହିଠାରେ ରୁହନ୍ତି। ପାଖାପାଖି ରହୁଥିବାରୁ ଦୁଇ ଯୁବକଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତା ସ୍ଥାପନ ହୋଇଥିଲା। କିନ୍ତୁ, ସବୁଠାରୁ ବଡ଼ କଥା ହେଉଛି ଉଭୟେ ପରସ୍ପରର ଭଉଣୀକୁ ଭଲ ପାଉଥିଲେ। ମାତ୍ର ଚାରି ଦିନର ବ୍ୟବଧାନ ଭିତରେ ଦୁହେଁ ପରସ୍ପରର ଭଉଣୀକୁ ନେଇ ଫେରାର ହୋଇଯାଇଥିଲେ।

Couples

ଏହି ଘଟଣା ଜାଣିବା ପରେ ଉଭୟ ପରିବାର ଏଥିନେଇ ସ୍ଥାନୀୟ ଥାନାରେ ଏତଲା ଦେଇଥିଲେ। ଏହି ଏତଲାକୁ ଆଧାର କରି ପୋଲିସ ସେମାନଙ୍କ ଭିତରୁ ଏକ ପ୍ରେମୀଯୁଗଳଙ୍କୁ ଧରିବାରେ ସଫଳ ହୋଇଥିଲେ ହେଁ ସେମାନେ ସାବାଳକ ହୋଇଥିବାରୁ ତାଙ୍କୁ ବିବାହ ପାଇଁ ଅନୁମତି ମିଳିଯାଇଛି। ତେବେ, ଅନ୍ୟର ଗର୍ଲଫ୍ରେଣ୍ଡର ବୟସ କମ୍ ଥିବା ହେତୁ ସେ ଆଇନଗତ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହି ପ୍ରେମୀ ଯୁଗଳକୁ ପୋଲିସ ରାଜସ୍ଥାନରୁ ଠାବ କରିଥିବା ବେଳେ ସେମାନେ ବିବାହ କରିବା ପାଇଁ କହିଥିଲେ। ତେବେ, ଝିଅର ବୟସ ୧୮ ବର୍ଷରୁ କମ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିବା ପରେ ପୋଲିସ ତାଙ୍କର ଡାକ୍ତରୀ ପରୀକ୍ଷା କରାଇବା ପାଇଁ ଅଣ୍ଟା ଭିଡ଼ିଛି।