ରସିକିଆ ଟ୍ୟୁସନ୍ ସାରଙ୍କ କଳା କାରନାମା! ଦୁଇ ଛାତ୍ରୀଙ୍କୁ ନେଇ ହେଇଗଲେ ଫେରାର୍, ପୂରା ଘଟଣା ଜାଣି ହେବେ ତାଜୁବ୍

 
Sir

ଜଣେ ନୁହେଁ ଦୁଇ ଦୁଇ ଜଣ ନାବାଳିକା ଝିଅଙ୍କୁ ନେଇ ଫେରାର ହୋଇଗଲେ ଟ୍ୟୁସନ୍ ସାର୍। ଏହିପରି ଏକ ଘଟଣା ଆଉ କେଉଁଠି ନୁହେଁ ବରଂ ଖୋଦ ଭୁବନେଶ୍ୱର ବଡ଼ଗଡ଼ ଥାନା ଅଞ୍ଚଳରେ ଘଟିଛି। ପୂର୍ବରୁ ଦୁଇ ନାବାଳିକାଙ୍କୁ ପାଠ ପଢ଼ାଉଥିବା ବଟକୃଷ୍ଣ ବାଡ଼ତିଆ ନାମକ ଏହି ଯୁବକ ରବିବାର ଠାରୁ ସେମାନଙ୍କୁ ନେଇ ଫେରାର ହୋଇଯାଇଥିବା ପରିବାର ତରଫରୁ ଅଭିଯୋଗ ହୋଇଛି। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ପୋଲିସ ଏହାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି।

Accused

ପ୍ରାଥମିକ ତଦନ୍ତ ଅନୁଯାଇ ଉକ୍ତ ଯୁବକ ଜଣଙ୍କ ଘର ଗଞ୍ଜାମ ବ୍ରହ୍ମପୁର ହୋଇଥିବା ବେଳେ ସେ ବିବାହିତ ଏବଂ ତାଙ୍କର ଏକ କନ୍ୟା ସନ୍ତାନ ଥିବା ଜଣାପଡ଼ିଛି। ତେବେ, ପରିବାର ଲୋକଙ୍କ କହିବା ଅନୁଯାଇ ଗୋପାଳକୃଷ୍ଣ ଗତ ଦୁଇ ବର୍ଷ ହେବ ତାଙ୍କ ଦୁଇ ଝିଅଙ୍କୁ ଟ୍ୟୁସନ୍ କରୁଥିଲେ। କିନ୍ତୁ, ତାଙ୍କର ହାବଭାବ କିଛି ଠିକ ନ ଲାଗିବାରୁ ପରିବାର ଲୋକେ ଟ୍ୟୁସନ୍ ବନ୍ଦ କରିଦେଇଥିଲେ।

Police station

ଟ୍ୟୁସନ୍ ବନ୍ଦ ହୋଇଯିବାକୁ ନେଇ ଉତକ୍ଷିପ୍ତ ହୋଇପଡିଥିଲେ ଗୋପାଳକୃଷ୍ଣ। କେବେଳ ଏତିକି ନୁହେଁ ୧୫ ଦିନ ତଳେ ସେ ଏଥିନେଇ ପରିବାର ଲୋକଙ୍କୁ ଧମକ ମଧ୍ୟ ଦେଇଥିଲେ। ଏହି ଧମକକୁ ପରିବାର ଲୋକେ ଗୁରୁତର ସହିତ ନେଇନଥିଲେ। କିନ୍ତୁ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଯୁବକ ଦୁଇ ନାବାଳିକାଙ୍କୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ଉଭୟ ନାବାଳିକାଙ୍କ ବୟସ ଯଥାକ୍ରମେ ୧୪ ଏବଂ ୧୩ ବର୍ଷ ହୋଇଥିବା ବେଳେ ଏପର୍ଯ୍ୟନ୍ତ ସେମାନଙ୍କର କୌଣସି ପତ୍ତା ମିଳିପାରିନାହିଁ।