ଦେଖନ୍ତୁ ଭିଡ଼ିଓ: କେବଳ ଏହି କାରଣରୁ ଅତି ଅମାନୁଷିକ ଭାବରେ ଯୁବତୀଙ୍କୁ ଘୋଷାଡ଼ି ପିଟୁଥିଲା ପୋଲିସ, ଭାଇରଲ ହେଲା ଭିଡ଼ିଓ

 
ଦେଖନ୍ତୁ ଭିଡ଼ିଓ: କେବଳ ଏହି କାରଣରୁ ଅତି ଅମାନୁଷିକ ଭାବରେ ଯୁବତୀଙ୍କୁ ଘୋଷାଡ଼ି ପିଟୁଥିଲା ପୋଲିସ, ଭାଇରଲ ହେଲା ଭିଡ଼ିଓ

ଉତ୍ତରପ୍ରଦେଶର ମଥୁରା ରୁ ଆସିଥିବା ଏକ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି।  ଭିଡିଓରେ କ୍ଷେତ ମଝିରେ  କିଛି ମହିଳା ଏବଂ ଝିଅ ଥିବାବେଳେ ପୋଲିସ ସେମାନଙ୍କର ହାତ ଏବଂ ଗୋଡ଼ ଧରି ସେମାନଙ୍କୁ ଟଣା ଟାଣି କରୁଥିବାର ଦେଖିବାକୁ ମିଳୁଛି, ଆଶ୍ଚର୍ଯ୍ୟ ର କଥା ହେଉଛି ପୁରା ଭିଡ଼ିଓରେ ଘଟଣା ସ୍ଥଳରେ କୌଣସି ମହିଳା ପୋଲିସ କର୍ମଚାରୀ ନଥିବା ଦେଖିବାକୁ ମିଳୁଛି।

ତେବେ ଏହି ଭିଡିଓ ବେସ୍ ଭାଇରାଲ ହେଉଥିବା ବେଳେ ଏହା ଉପରେ ଅନେକ ଲୋକ ଦୃଢ଼ ପ୍ରତିକ୍ରିୟା ଦେଇଛନ୍ତି। ଲୋକମାନେ ୟୁପିରେ ଯୋଗୀ ଆଦିତ୍ୟନାଥଙ୍କ ଶାସନରେ ପୋଲିସର ଏପରି ମହିଳାଙ୍କ ପ୍ରତି ଏପରି ବର୍ବର ବ୍ୟବହାର କୁ ନିନ୍ଦା କରିଛନ୍ତି। ପ୍ରଥମେ ଦେଖନ୍ତୁ ଏହି ଭିଡିଓ:


ଏହି ଭିଡିଓ ୧୨ ଏପ୍ରିଲରେ କରାଯାଇଥିବା ବେଳେ ପୋଲିସ କହିବା ଅନୁଯାଇ ୩୦ ଏକର ସରକାରୀ ଜମିରେ ବେଆଇନ ଭାବେ ଏହି ଗ୍ରାମରେ ଏହି ଫସଲ କରାଯାଇଥିଲା। ଏହାପରେ ପ୍ରଶାସନ ପକ୍ଷରୁ ଏହି ଫସଲ କାଟିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲା।


ଯେତେବେଳେ ଗହମ କାଟିବା ମେସିନ୍ ସାହାଯ୍ୟରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସେଠାରେ ତିନିଜଣ ମହିଳା ଏବଂ ଦୁଇ ଝିଅ ମଧ୍ୟ ପହଞ୍ଚିଥିଲେ ଏବଂ ପୋଲିସର କାର୍ଯ୍ୟକଳାପକୁ ବିରୋଧ କରିବା ଆରମ୍ଭ କରିଥିଲେ। ଏବଂ ଉଭୟ ଝିଅ ନିଜ ଉପରେ କିରୋସିନ ଢାଳି ଆତ୍ମାହୁତି ଦେବାକୁ ପ୍ରୟାସ କରିଥିଲେ। ତେଣୁ ପୋଲିସ ବାଧ୍ୟ ହୋଇ ସେମାନଙ୍କୁ ବଞ୍ଚାଇବାକୁ ତାଙ୍କୁ ଟଣା ଓଟରା କରିଥିବା ପ୍ରକାଶ କରିଛି।