ଜନ୍ମକଲା ମାଆ ସାଜିଲା ରାକ୍ଷସୀ, ପ୍ରେମିକ ସହ ମିଶି ନିଜ ଝିଅକୁ ଛୁଞ୍ଚି ଫୋଡ଼ି ମାରିଦେଲା, ପୂରା ଘଟଣା ଜାଣି ହେବେ ତାଜୁବ୍

 
Chunci re maridele

ପ୍ରେମିକ ସହ ମିଶି ନିଜର କୁନି ଝିଅକୁ ଅତି ନିର୍ମମ ଭାବରେ ହତ୍ୟା କରିଥିବା ଜଣେ ମହିଳାଙ୍କୁ ମାନ୍ୟବର କୋର୍ଟ ମୃତ୍ୟୁଦଣ୍ଡାଦେଶ ଶୁଣାଇଛନ୍ତି। ଦୀର୍ଘ ୪ ବର୍ଷ ଧରି ଏହି ମାମଲା କୋର୍ଟରେ ବିଚାରଧିନ ଥିବା ବେଳେ ୨୦୧୭ରେ ହୋଇଥିବା ହତ୍ୟାକଣ୍ଡ ମାମଲାରେ କୋର୍ଟଙ୍କ ରାୟ ପ୍ରକାଶ ପାଇଛି। କୋର୍ଟ ଉଭୟ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡ ଦେଇଥିବା ବେଳେ ମାମଲାକୁ 'କ୍ରୁର ଏବଂ ଅସାମନ୍ୟ ଅପରାଧ' ବୋଲି କହିଛନ୍ତି।

Court verdict

ଖବର ମୁତାବକ ୧୧ ଜୁଲାଇ ୨୦୧୭ରେ ମହିଳା ଜଣକ ନିଜର ସାଢ଼େ ୩ ବର୍ଷର ଝିଅକୁ ପୁରୁଲିଆର ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ତାଙ୍କ ଝିଅକୁ ଜ୍ୱର ହୋଇଥିବା ମହିଳା ଜଣକ କହିଥିଲେ। କିନ୍ତୁ, ଚିକିତ୍ସା ବେଳେ ଝିଅଟି ଦେହରେ ଅନେକ କ୍ଷତ ଚିନ୍ହ ଦେଖିବାକୁ ମିଳିଥିଲା। ଏକ ଡାକ୍ତରୀ ଟିମ ଦ୍ୱାରା ଯାଞ୍ଚ ପରେ ଝିଅଟିର ଶରୀରରୁ ୭ଟି ଛୁଞ୍ଚି ବାହାରିଥିଲା। ପରେ କୁନି ଝିଅଟିକୁ ଗୁରୁତର ଅବସ୍ଥାରେ କୋଲକାତାର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଜୁଲାଇ ୨୧, ୨୦୧୭ରେ ଝିଅଟିର ମୃତ୍ୟୁ ହୋଇଥିଲା।

Accused

ସେବେଠାରୁ ଏହି ଘଟଣାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମହିଳା ଏବଂ ତାଙ୍କ ପ୍ରେମିକ ସନାତନ ଠାକୁରକୁ ପୋଲିସ ଗିରଫ କରିଥିଲା। ଛୋଟ ଝିଅଟି ଉପରେ ତନ୍ତ୍ର ସାଧନା କରିବାକୁ ଯାଇ ତା ଦେହରେ ୭ଟି ଛୁଞ୍ଚି ଫୋଡି ଦେଇଥିଲେ, ଫଳରେ ଯନ୍ତ୍ରଣାରେ ଜର୍ଜରିତ ହୋଇ ଝିଅଟି ମୃତ୍ୟୁବରଣ କରିଥିଲା।