ମନ୍ଦିରରେ ଚୋରି କରିବାକୁ ଆସିଥିବା ଚୋରକୁ ଦଣ୍ଡ ଦେଲେ ଭଗବାନ ! ଘଟଣା ବିଷୟରେ ଜାଣିଲେ ଆପଣ ମଧ୍ୟ କହିବେ ଯାହା ହେଇଛି ଭଲ ହେଇଛି

 
ମନ୍ଦିରରେ ଚୋରି କରିବାକୁ ଆସିଥିବା ଚୋରକୁ ଦଣ୍ଡ ଦେଲେ ଭଗବାନ ! ଘଟଣା ବିଷୟରେ ଜାଣିଲେ ଆପଣ ମଧ୍ୟ କହିବେ ଯାହା ହେଇଛି ଭଲ ହେଇଛି

ଏହିଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଛତିଶଗଡର କୋରବା-ପାୱାର ହାଉସର ଶନି ମନ୍ଦିରରେ। ଏହି ଖବର ମୁତାବକ ଚୋର ମନ୍ଦିର ଦାନ ବାକ୍ସ ରୁ ଚୋରି କରିବାକୁ ଉଦ୍ୟମ କରିଥିଲା। ଚୋରି କରିବା ସମୟରେ ଚୋରର ହାତ ଦାନ ବାକ୍ସରେ ଅଟକି ଯାଇଥିଲା।

ତେବେ ଚୋର ଦାନ ବାକ୍ସରୁ ହାତ କାଢ଼ିବାକୁ ବହୁତ ଚେଷ୍ଟା କରିଥିଲେ ମଧ୍ୟ ନିଜ ହାତ ବାହାର କରି ପାରି ନଥିଲା। ଏହି ସମୟରେ ମନ୍ଦିର ପୁରୋହିତଙ୍କ ପରିବାର ଚୋରମାନଙ୍କ ପାଟି ଶୁଣି ସେଠାରେ ପହଞ୍ଚି ଥିଲେ, ତାଙ୍କ ସହ ଲୋକମାନେ ମଧ୍ୟ ଏକତ୍ରିତ ହେବା ସହ  ଦାନ ବାକ୍ସ ଭାଙ୍ଗି ଚୋରର ହାତ ବାହାର କରିଥିଲେ ଏହାପରେ ଚୋର କୁ ପୋଲିସର ଜିମା ଦିଆଯାଇଥିଲା।

ପୋଲିସର ସୂଚନାନୁସାରେ, ଚୋରି କରିବାକୁ ମନ୍ଦିରକୁ ଯାଇଥିବା ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।  ପୋଲିସର ପଚରାଉଚୁରାରେ ଉଭୟ ଚୋରି ଉଦ୍ଦେଶ୍ୟରେ ମନ୍ଦିରକୁ ଯାଇଥିବା ମଧ୍ୟ ସ୍ୱୀକାର କରିଛନ୍ତି। 

ଉଭୟ ଅଭିଯୁକ୍ତ ବାଲକୋ ଅଞ୍ଚଳ ର ବାସିନ୍ଦା ହୋଇଥିବା ବେଳେ ସେମାନେ ଅନେକ ସ୍ଥାନରେ ଆଗରୁ ଚୋରି କରିଥିବା କହିଛନ୍ତି। ବର୍ତ୍ତମାନ ଚୋରି ମାମଲାରେ ପୋଲିସ ଉଭୟଙ୍କୁ ପଚରାଉଚରା କରୁଛି।ତେବେ ଏପରି ଘଟଣା ପରେ ଲୋକମାନେ ଏହାକୁ ଭଗବାନଙ୍କ ଏକ ଅଲୌକିକ ଘଟଣା ବୋଲି ଏହାକୁ ବିବେଚନା କରିଛନ୍ତି।