ରାସ୍ତା ଉପରେ ଆର୍ମି ଗାଡ଼ିକୁ ଅଟକାଇ ଭଙ୍ଗାରୁଜା କରି ହଙ୍ଗାମା କଲେ ଏହି ଯୁବତୀ, କାହିଁକି କଲେ ଏମିତି ଦେଖନ୍ତୁ ଭିଡ଼ିଓ

 
Jubati

ମଧ୍ୟପ୍ରଦେଶର ଗ୍ୱାଲିଅରରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ବୁଧବାର ରାତିରେ ଜଣେ ଝିଅ ମଦ୍ୟପାନ କରି ଗ୍ୱାଲିଅର୍ ରାସ୍ତାରେ ଜୋରଦାର ହଙ୍ଗାମା ସୃଷ୍ଟି କରକରିଥିଲା। କେବଳ ଏତିକି ନୁହେଁ ସେ ଆର୍ମିର ଜିପ୍ କୁ ଅଟକାଇ ଏହାକୁ ଭଙ୍ଗାରୁଜା କରିବା ଆରମ୍ଭ କରିଥିଲା। ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ଏହି ଘଟଣାର ଏକ ଭିଡିଓ ପ୍ରସ୍ତୁତ କରିଥିଲେ, ଯାହା ଏହି ସମୟରେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି।

Jubati

ଏହାଛଡା ଯୁବତୀ ଜଣକ ଭିଡିଓ ତିଆରି କରୁଥିବା ଲୋକଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲା। ଅଭିଯୁକ୍ତ ଯୁବତୀ ଜଣକ କହିଛି ଯେ ସେ ଦିଲ୍ଲୀର ଜଣେ ମଡେଲ। ଯୁବତୀଙ୍କ ବୟସ ପ୍ରାୟ 22 ରୁ 24 ପର୍ଯ୍ୟନ୍ତ ଦେଖାଯାଉଥିଲା। ପରେ ମହିଳା ପୋଲିସ ଯୁବତୀଙ୍କୁ ଗିରଫ କରିଥିଲା ​​ଏବଂ ପରେ ତାଙ୍କୁ ପୋଲିସ ଷ୍ଟେସନକୁ ନିଆଯାଇଥିଲା।

ଯୁବତୀ ଜଣକ ଧଳା ଟପ୍ ଏବଂ କଳା ଶର୍ଟ ସ୍କର୍ଟ ପିନ୍ଧିଥିଲେ। ସେ ରାସ୍ତାରେ ପହଞ୍ଚିବା ପରେ ମାତାଲ୍ ଅବସ୍ଥାରେ ଥିଲେ। ଲୋକମାନେ ତାଙ୍କୁ ସାହାଯ୍ୟ କରିବାକୁ ଆସିବା ପୂର୍ବରୁ ସେ ହଙ୍ଗାମା ଆରମ୍ଭ କରି ଦେଥିଲେ। ସେ ଆର୍ମିର ଜିପ୍ ଉପରେ ଛିଡା ହୋଇ ଭଙ୍ଗାରୁଜା ଆରମ୍ଭ ଦେଇଥିଲେ। ଏହା ପରେ ସେ ଜିପ୍ ର ହେଡଲାଇଟ୍ ମଧ୍ୟ ଭାଙ୍ଗିଥିଲେ। ତା’ପରେ ଯେତେବେଳେ ସେନା ଯବାନ ତାଙ୍କୁ ମନାଇବା ପାଇଁ ଚେଷ୍ଟା କଲେ, ସେ ଅଧିକ ଜୋରରେ ପାଟି କରି ଝଗଡ଼ା କରିବାକୁ ଲାଗିଥିଲେ।

Jubati

ସୂଚନାଯୋଗ୍ୟ ଯୁବତୀ ଗିରଫ ହେବା ପରେ ଅନ୍ୟ ଦୁଇ ଯୁବତୀ ମଧ୍ୟ ତାଙ୍କ ପରେ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ, ଯିଏ ଅଭିଯୁକ୍ତ ଯୁବତୀକୁ ଜାମିନ କରାଇଥିଲେ।  ଜାଣିବାକୁ ମିଳିଛି ଯେ ଏହି ତିନି ଯୁବତୀ ଗ୍ୱାଲିଅରର ଏକ ହୋଟେଲରେ ପାର୍ଟି କରୁଥିଲେ। ଏହି ସମୟରେ ଝଗଡା ହୋଇ ଅଭିଯୁକ୍ତ ଯୁବତୀ ହୋଟେଲରୁ ବାହାରକୁ ଆସି ରାସ୍ତାରେ ଆସି ହଙ୍ଗାମା ସୃଷ୍ଟି କରିଥିଲେ।