ବାହାଘର ପରେ ସ୍ୱାମୀ ଅସୁନ୍ଦର ଦେଖାଯିବାରୁ ପ୍ରେଟ୍ରୋଲ ଢ଼ାଳି ଜାଳି ଦେଲା ସ୍ତ୍ରୀ, ଆଉ ତାପରେ...

 
Swami ku jalidela stree

ନିଜ ସ୍ବାମୀର ଅସୁନ୍ଦର ଚେହେରା ପାଇଁ ଅସନ୍ତୁଷ୍ଟ ଥିଲା ସ୍ତ୍ରୀ । ବିବାହ ପର ଠାରୁ ସବୁ ବେଳେ ଝଗଡ଼ା କରୁଥିଲା ଓ ଛାଡ଼ପତ୍ର ଦେବା ପାଇଁ ସ୍ବାମୀଙ୍କୁ ବାରମ୍ବାର ବାଧ୍ୟ କରୁଥିଲା ହେଲେ ସ୍ଵାମୀ କିନ୍ତୁ ଚୁପ୍ ଚାପ୍ ସବୁ ସହି ଯାଉଥିଲେ । ବାହା ହୋଇ ଯେତେବେଳେ ସଂସାର କରି ସାରିଲେଣି ସମାଜର ନିନ୍ଦା ଭୟରେ ଚୁପ୍ ରହୁଥିଲେ ସ୍ଵାମୀ।

ଝି

କଥା କଥାକେ ସ୍ତ୍ରୀ କହୁଥିଲା ମୋତେ ଛାଡପତ୍ର ଦିଅ ନହେଲେ ମୁ ତୁମକୁ ନିଆଁରେ ପୋଡ଼ି ଦେବି । ସେ କଥାକୁ ଶେଷରେ ସତ କରି ଦେଖାଇଛି ସ୍ତ୍ରୀ । ଏପରି ଅସୁନ୍ଦର ସ୍ୱାମୀକୁ ସବୁଦିନ ପାଇଁ ହଟେଇ ଦେଇଛି ନୁ ରାସ୍ତାରୁ । ସ୍ଵାମୀ ଶୋଇଥିବା ବେଳେ ପେଟ୍ରୋଲ ପକେଇ ଜାଳି ଦେଇଛି ସ୍ତ୍ରୀ । ଏପରି ଏକ ଘଟଣା ଦେଖିବାକୁ ମିଳିଥିଲା ଉତ୍ତର ପ୍ରଦେଶରେ । 

ଜଣେ ୨୬ ବର୍ଷୀୟ ମହିଳା ତାଙ୍କ ସ୍ବାମୀଙ୍କୁ ୪ ବର୍ଷ ତଳେ ନିଆଁରେ ପୋଡ଼ି ହତ୍ୟା କରିବା ଅଭିଯୋଗ ସାମ୍ନାକୁ ଆସିଥିଲା । ଏହି ମାମଲାର ଶୁଣାଣି ବେଳେ କୋର୍ଟ ଆଜି ମହିଳା ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛି ।

Stree

୨୦୧୭ ମସିହାରେ ସତ୍ୟବୀର ସିଂହଙ୍କୁ ବିବାହ କରିଥିଲେ ପ୍ରେମଶ୍ରି। ହେଲେ ସେ ବାହାଘର ପର ଦିନ ଠାରୁ ହିଁ ନିଜ ସ୍ବାମୀଙ୍କ ଅସୁନ୍ଦର କଳା ଚେହେରାକୁ ଦେଖି ସ୍ବାମୀଙ୍କୁ ଘୃଣା କରୁଥିଲେ ଓ ତାଙ୍କ ସହିତ ରହିବା ପାଇଁ ଆଦୌ ରାଜି ନ ଥିଲେ ।

୨୦୧୯ ମସିହା ଏପ୍ରିଲ ୧୫ ତାରିଖରେ ସତ୍ୟବିର ଶୋଇଥିବା ବେଳେ ସେ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ମେଡ଼ିକାଲରେ କିଛି ଘଣ୍ଟା ମୃତ୍ୟୁ ସହିତ ସଂଗ୍ରାମ କଲା ପରେ ମୃତ୍ୟୁ ବରଣ କରିଥିଲେ ସତ୍ୟବିର। ସତ୍ୟବିରଙ୍କ ଭାଇ ହର୍ବିର ଥାନାରେ ଏତଲା ଦେବା ପରେ ଆଇପିସି ଧାରା ୩୦୨ ଅନୁଯାୟୀ ପ୍ରେମଶ୍ରୀଙ୍କୁ ଗିରଫ କରିଛି ପୋଲିସ ।