ସୁନ୍ଦରୀ ଯୁବତୀଙ୍କ ଦେହ ଦେଖି ସମ୍ଭାଳି ପାରିଲାନି ଝାଡୁଦାର୍, ୫ ଘଣ୍ଟା ଧରି ଏମିତି କାମ କଲା, ଜାଣନ୍ତୁ ପୁରା ଘଟଣା

 
Air hostess

ଏକ ତରଫା ପ୍ରେମର ଭୟା ବହତା। ଏକ ତରଫା ପ୍ରେମକୁ ନେଇ ଏଭଳି ଅନେକ ଘଟଣା ଆମ ଆଖି ସାମ୍ନାକୁ ଆସିଛି। କେଉଁଠି ଜୀବନ ଯାଇଛି ତ କେଉଁଠି ଭବିଷ୍ୟତ। ଏଭଳି  ଏକ ଘଟଣା ଆସିଛି ଆଖି ସାମ୍ନାକୁ । ଯେଉଁଠି ଏକତରଫା ପ୍ରେମ ପାଇଁ ସଫେଇ କର୍ମଚାରୀ ଜୀବନ ନେଇଛି ଏକ ତାଲିମ୍ ନେଉଥିବା ଏୟାର ହୋଷ୍ଟେଜଙ୍କର।

ଘଟଣାଟି ମହାରାଷ୍ଟ୍ର ମୁମ୍ବାଇର। ମୃତ ଯୁବତୀଙ୍କ ନାମ ରୁପଲ। ରୁପଲ୍ ମୁମ୍ବାଇରେ ରହି ଏୟାର ହୋଷ୍ଟେଜର ଟ୍ରେନିଂ ନେଉଥିଲେ।ଟ୍ରେନିଂ ସରିବାକୁ ଆଉ ଅଳ୍ପ କିଛି ଦିନ ବାକି ଥିଲା।ପରେ ଯୋଗ ଦେଇଥାନ୍ତେ ଚାକିରୀରେ। ହେଲେ ତାଙ୍କର ସବୁ ସ୍ଵପ୍ନ ଯେ ଏମିତି ଭାବେ ଶେଷ ହୋଇଯିବ ଏ କଥା ସେ କେବେ ଭାବି ନ ଥିବେ। ରୂପଲ୍ ରହୁଥିବା ସୋସାଇଟି ରେ  ସଫେଇ କାର୍ଯ୍ୟ କରୁଥିଲା ବିକ୍ରମ ଅଟୱାଲ।ବିକ୍ରମ ତା ମନେ ମନେ ଭଲ ପାଉଥିଲା ରୁପଲ କୁ। ବିକ୍ରମର ହାବ ଭାବ ଦେଖି ରୁପଲ ବି ଜାଣିଥିଲେ ଏହି କଥା।

Vgyh

ଯେଉଁଥି ପାଇଁ ପୁର୍ବରୁ ମଧ୍ୟ ଦୁହିଁଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ବିକ୍ରମ ରୁପଲ ରୁମରେ କେହି ନଥିବା ବେଳେ ରୂପଲ ନିକଟକୁ ଆସିଥିଲା। କୌଣସି କାରଣ ବଶତଃ ଦୁଇ ଜଣଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇ ଯାଇଥିଲା। ପୁର୍ବରୁ ପ୍ରସ୍ତୁତ ହୋଇ ଆସିଥିବା ବିକ୍ରମ ନିଜ ସହିତ ଧାରୁଆ ଛୁରୀ ମଧ୍ୟ ଆଣିଥିଲା।ଯେଉଁଥିରେ ସେ ରୁପଲ ବେକକୁ କାଟି ହତ୍ୟା କରିଥିଲା ରୂପଲ ର। ଘଟଣା ଟି ଏବେ ଖୁବ୍ ଚର୍ଚ୍ଚାରେ।

ରୂପଲ ଓ ତାର ଭଉଣୀ ଏବଂ ଆଉ ଏକ ଯୁବକ ସାଙ୍ଗ ହୋଇ ରହୁଥିବା ବେଳେ ସେ ଦିନ କିନ୍ତୁ ରୂପଲ  ରୁମରେ ଏକୁଟିଆ ଥିଲେ। ତାଙ୍କ ଭଉଣୀ ଗାଆଁକୁ ଯାଇଥିଲେ ଏବଂ ଯୁବକ ଜଣକ ମଧ୍ୟ ରୁମରେ ନ ଥିଲେ। ସବୁ ଆଡ଼କୁ ନଜର ରଖି ବିକ୍ରମ ଏଣ୍ଟ୍ରି କରିଥିଲା ରୁମକୁ।ଏବଂ ଘଟାଇଲା ଏଭଳି ଭୟଙ୍କର କାଣ୍ଡ।

Air hostess

ରୂପଲଙ୍କ ଘର ଲୋକ ଏବେ ଦୁଃଖରେ ମର୍ମାହତ। ଝିଅର ମୃତ୍ୟୁ ତାଙ୍କୁ ପୁରା ପୁରି ଭାଙ୍ଗି ଦେଇଛି। ଘର ଲୋକଙ୍କ କହିବା ଅନୁସାରେ ରୁପଲ ପାଠ ପଢାରେ ଖୁବ୍ ଭଲ ଥିଲେ।ସ୍ଵପ୍ନ ଦେଖୁଥିଲେ ଏୟାର ହୋଷ୍ଟେଜ୍ ହେବା ପାଇଁ ହେଲେ ସବୁ ସରିଗଲା ଆଜି । ରୁପଲଙ୍କ ଘର ଲୋକେ ଦୋଷୀକୁ କଠୋର ଶାସ୍ତି ଦେବା ପାଇଁ ଦାବୀ କରିଛନ୍ତି। ପୋଲିସ୍ ମଧ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ବିକ୍ରମ ମଧ୍ୟ ସବୁ ସତ ମାନିଛି ପୋଲିସ ଆଗରେ।