ଦେଖନ୍ତୁ ଭିଡ଼ିଓ: ଭାଇଙ୍କୁ ରାକ୍ଷୀ ବାନ୍ଧିବାକୁ ଯାଇଥିଲେ ଯୁବତୀ, ବାଟରେ ହେଲେ ଦୁଷ୍କର୍ମ ର ଶିକାର

ଯୁବତୀଙ୍କୁ ଲିଫ୍ଟ ଦେବା ବାହାନାରେ ଦୁଷ୍କର୍ମ ଉଦ୍ୟମ । ବିରୋଧ କରିବାରୁ ଗାଡିରୁ ଠେଲିଦେବା ଭଳି ଘଟଣା ଘଟିଛି କଟକ ଚୌଦ୍ବାର ଅଞ୍ଚଳରେ । ଯାଇଥିଲେ ଭାଇଙ୍କୁ ରାକ୍ଷୀ ବାନ୍ଧିବାକୁ । ହେଲେ ରାକ୍ଷୀ ବାନ୍ଧିବା ପରେ ତାଙ୍କ ସହ ଏଭଳି ଅଘଟଣ ଘଟିଯିବ ସେ କେବେ ଭାବି ମଧ୍ୟ ନଥିଲେ । ଅନ୍ଧାର ରାତିରେ ଅନେକ ସଂଘର୍ଷ କରିବାକୁ ପଡିଥିଲା ଏହି ମହିଳା ଜଣଙ୍କୁ ।
ସୂଚନା ଅନୁସାରେ ରାକ୍ଷୀପୂର୍ଣ୍ଣିମା ହୋଇଥିବାରୁ ମହିଳା ଜଣକ ନିଜ ଭାଇକୁ ରାକ୍ଷୀ ବାନ୍ଧିବାକୁ ଯାଇଥିଲେ । କିନ୍ତୁ ଫେରିଲା ବେଳକୁ ରାତି ପାଖାପାଖି ୮ଟା ସମୟରେ କଟକ ଆସିବା ପାଇଁ ବସକୁ ଅପେକ୍ଷା କରିଥିବା ବେଳେ ଜଣେ ଯୁବକ ତାଙ୍କୁ ଟ୍ୟାକ୍ସିରେ ନେଇ କଟକ ଛାଡିଦେବ ବୋଲି କହିଥିଲା ।
ତେବେ କିଛି ବାଟ ଆସିବା ପରେ କଟକ ମୁଖ୍ୟ ରାସ୍ତାରେ ନଯାଇ ଜଙ୍ଗଲ ଆଡ଼କୁ ଗାଡି ନେବାକୁ ଲାଗିଲା । ଆଉ ଏହାପରେ ଯୁବକ ଜଣଙ୍କ ତାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରୁଥିବା ବେଳେ ବିରୋଧ କରିବାରୁ ଗାଡି ଚାଳକ ତାଙ୍କୁ ମାଡ଼ ମାରି ଲହୁ ଲୁହାଣ କରିପକେଇଲା ଉକ୍ତ ଡ୍ରାଇଭର । ଆଉ ରାସ୍ତା କଡରେ ଫୋପାଡ଼ିଦେଲା ।
ଦେଖନ୍ତୁ ଭିଡିଓ :-
ଆଉ ମହିଳାଙ୍କ ସବୁ ଦାମୀ ଜିନିଷ ନେଇ ଚାଲିଯାଇଛି ଉକ୍ତ ଡ୍ରାଇଭର । ଯୁବତୀ ଜଣକ ରକ୍ତାକ୍ତ ଅବସ୍ଥାରେ ତଳେ ପଡି ଛଟପଟ ହେଉଥିବା ବେଳେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇ ଆମ୍ବୁଲାନ୍ସରେ ମେଡିକାଲ ପଠେଇଥିଲେ । ତେବେ ପୋଲିସ ଡାକ୍ତରଖାନାରେ ପହଁଞ୍ଚି ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରିବା ସହ ଘଟଣାର ତଦନ୍ତ କରୁଛି ।
ତେବେ ପୋଲିସ ଏହା ମଧ୍ୟ କହିଛି ଯେ ମହିଳାଙ୍କ ଅବସ୍ଥା ଏବେ ଭଲ ନାହିଁ ସେଥିପାଇଁ ଘଟଣାର ସମ୍ପୁର୍ଣ୍ଣ ସୂଚନା ମିଳିପାରି ନାହିଁ । ମହିଳା ଜଣକ ସୁସ୍ଥ ହେଲେ ଘଟଣାକୁ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।