ପାପି ପୂଜକ! ମହିଳାଙ୍କୁ କହିଲେ ତମେ ଶୀଘ୍ର ବିଧବା ହୋଇଯିବ, ରାତିରେ ମୋ ପାଖକୁ ପୂଜା ପାଇଁ ଆସ, ଆଉ ତାପରେ...

 
Papi pujaka

ଲୋକେ ଭଗବାନଙ୍କୁ ପୂଜାର୍ଚ୍ଚନା କରିବା ସହିତ ତାଙ୍କ ଉପରେ ବିଶ୍ୱାସ ଓ ଭରସା ରଖିଥାନ୍ତି। ସେହିପରି ଆମ ସମାଜରେ ପୂଜକଙ୍କୁ ଭଗବାନଙ୍କ ଦୂତର ଆଖ୍ୟା ଦିଆଯାଇଛି ସେଥିପାଇଁ ଲୋକେ ତାଙ୍କୁ ମଧ୍ୟ ଶ୍ରଦ୍ଧା ଏବଂ ଭକ୍ତି କରିଥାନ୍ତି। କିନ୍ତୁ, ଏପରି ମଧ୍ୟ କିଛି କପଟୀ ଏବଂ ଠକ ପୂଜକ ଅଛନ୍ତି ଯେଉଁମାନେ ନିଜର ସ୍ୱାର୍ଥ ପାଇଁ ଶ୍ରଦ୍ଧାଳୁଙ୍କୁ ବ୍ୟବହାର କରିଥାନ୍ତି। ଏହିପରି ଏକ ଘଟଣା କ୍ରମରେ ବରଗଡ ଜିଲ୍ଲା ପାଇକମାଳ ଅଞ୍ଚଳରେ ଜଣେ ମହିଳା ଶ୍ରଦ୍ଧାଳୁଙ୍କୁ ରିଷ୍ଟ ଖଣ୍ଡନ କରିବା ଅଳରେ ପୂଜକ ଜଣକ ଦୁଷ୍କର୍ମ ଉଦ୍ୟମ କରିଥିବା ଘଟଣା ସାମ୍ନାକୁ ଆସିଛି।

Raped

ମିଳିଥିବା ସୂଚନା ଅନୁଯାଇ ପାଇକମାଲ ଅଞ୍ଚଳର ଜଣେ ମହିଳା ସହରରେ ଥିବା ଦୁର୍ଗା ମନ୍ଦିରକୁ ପୂଜାର୍ଚ୍ଚନା କରିବା ପାଇଁ ଆସିଥିଲେ। ସେଠାରେ ପୂଜକ ଥିବା ଦିଗାମ୍ବର ଦେବତା ତାଙ୍କର ଭବିଷ୍ୟତରେ ବିଧବା ହେବାର ଯୋଗ ଅଛି ବୋଲି କହିଥିଲେ। ଏଥିସହିତ ଏହାର ଉପଚାର କରିବା ପାଇଁ ରିଷ୍ଟ ଖଣ୍ଡନ ପୂଜା କରିବାକୁ ହେବ ବୋଲି କହିଥିଲେ।

Sacred thread

ଦିଗାମ୍ବରଙ୍କ କଥାରେ ମହିଳା ଜଣକ ରାତିରେ ମନ୍ଦିରକୁ ଆସି ପୂଜାପାଠ କରି ଏକ ଡେଉଁରିଆ ନେବା ସହ ପୂଜକଙ୍କୁ ୨୫୦୦୦ ଟଙ୍କା ମଧ୍ୟ ଦେଇଥିଲେ। କିନ୍ତୁ, ଏହାପରେ କାମୁକ ପୂଜକ ଜଣକ ତାଙ୍କୁ ମନ୍ଦିର ଭିତରେ ଦୁଷ୍କର୍ମ କରିବାକୁ ପ୍ରୟାସ କରିଥିବା ମହିଳା ଅଭିଯୋଗ କରିଛନ୍ତି। ପୀଡିତା ଏଥିନେଇ ପାଇକମାଳ ଥାନାରେ ଲିଖିତ ଏତଲା ଦେବା ପରେ ଏହାକୁ ଭିତ୍ତିକରି ପୋଲିସ ଏକ ମାମଲା ରୁଜୁ କରି ପୂଜକଙ୍କୁ ଜେଲ ପଠାଇ ଦେଇଥିବା ସୂଚନା ମିଳିଛି।