ଲଜ୍ଜା! ୬ ମାସ ଧରି ୪୦୦ ଯୁବକ କଲେ ନାବାଳିକାକୁ ଦୁଷ୍କର୍ମ, ଗର୍ଭବତୀ କରେଇ କଲେ ଏମିତି କାଣ୍ଡ, ପୂରା ଘଟଣା ଜାଣି ହେବେ ଦୁଃଖିତ

 
Nabalika

ଦୀର୍ଘ ୬ ମାସ ଧରି ଜଣେ ଦୁଇ ଜଣ ନୁହେଁ ବରଂ ୪୦୦ ଜଣ ବ୍ୟକ୍ତି ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ମହାରାଷ୍ଟ୍ରର ବିଡ୍ ଜିଲ୍ଲାରେ ଏହିପରି ଏକ ଘଟଣା ଘଟିଥିବା ବେଳେ ଏଥିରେ କିଛି ପୋଲିସ ଅଧିକାରୀଙ୍କର ସମ୍ପୃକ୍ତି ଥିବା ସୂଚନା ମିଳିଛି। ନାବାଳିକା ଜଣକ ଗର୍ଭବତୀ ଥିବା ବେଳେ ପୋଲିସ ଘଟଣାକୁ ଅତି ଗୁରୁତର ସହ ନେଇ ଏହାର ତଦନ୍ତ ଆରମ୍ଭ କରିଛି।

Victim

ମିଳିଥିବା ସୂଚନା ଅନୁଯାଇ ୨ ବର୍ଷ ତଳେ ନାବାଳିକା ଜଣଙ୍କର ମାଆଙ୍କର ଦେହାନ୍ତ ହୋଇଯାଇଥିଲା। ତେଣୁ, ତାଙ୍କ ବାପା ଶୀଘ୍ର ଶୀଘ୍ର ଝିଅର ବିବାହ କରାଇ ଦେଇଥିଲେ। ଶାଶୂଘର ଲୋକେ ବିଭିନ୍ନ ପ୍ରକାର ନିର୍ଯାତନା ଦେଉଥିବାରୁ ନାବାଳିକା ଜଣକ ସେଠାରୁ ଖସି ଆସି ମହାରାଷ୍ଟ୍ରର ବିଡ୍ ଜିଲ୍ଲାକୁ ପଳାଇ ଆସିଥିଲେ। ସେଠାରେ ପ୍ରଥମତଃ ଦୁଇ ଜଣ ଯୁବକ ତାଙ୍କୁ କାମ ଦେବା ବାହାନାରେ ଦୁଷ୍କର୍ମ କରିଥିଲେ।

Victim

ତାପରେ ତାଙ୍କୁ ଏକ ଘର ଭିତରେ ବନ୍ଦ କରି ଦୀର୍ଘ ୬ ମାସ ପର୍ଯ୍ୟନ୍ତ କିଛି ପୋଲିସ କର୍ମଚାରୀଙ୍କ ସହ ୪୦୦ ଜଣ ବ୍ୟକ୍ତି ବଳାତ୍କାର କରିଥିବା ନାବାଳିକା ଜଣକ ଅଭିଯୋଗ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚଳିତବର୍ଷ ମହାରାଷ୍ଟ୍ରରେ ଏହା ଦ୍ଵିତୀୟ ଘଟଣା ଅଟେ। ପୂର୍ବରୁ ଚଳିତବର୍ଷ ଜାନୁଆରୀ ୨୯ରୁ ସେପ୍ଟେମ୍ବର ୨୨ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ୩୩ ଜଣ ଯୁବକ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରି ଆସୁଥିବା ଅଭିଯୋଗ ହୋଇଥିଲା। ଯାହାର ତଦନ୍ତ ଏପର୍ଯ୍ୟନ୍ତ ସୁଦ୍ଧା ଜାରି ରହିଛି।