ଯୌନ ନିର୍ଯାତନା ପରେ ଭୟରେ କହିପାରିଲାନି ରାକ୍ଷସର ନାଁ, ସୁଇସାଇଡ୍‌ ନୋଟ୍‌ରେ ଏମିତି ଲେଖି ଆତ୍ମହତ୍ୟା କଲେ ୧୭ ବର୍ଷୀୟା ନାବାଳିକା

 
Suicide

ଯୌନ ନିର୍ଯାତନା ସହିନପାରି ଝୁଲିପଡ଼ିଲା ୧୭ ବର୍ଷୀୟା ନାବାଳିକା। ତାମିଲନାଡୁ ଚେନ୍ନାଇର କୋରୁର୍ ଅଞ୍ଚଳରେ ଏହିଭଳି ଏକ ମର୍ମସ୍ପର୍ଶୀ ଘଟଣା ଘଟିଥିବା ବେଳେ ପୋଲିସ ନାବାଳିକାଙ୍କର ଏକ ସୁଇସାଇଡ଼ ନୋଟ ଜବତ କରିଛି। ତେବେ, ସୁଇସାଇଡ଼ ନୋଟରେ ନାବାଳିକା ତାଙ୍କର ଆତ୍ମହତ୍ୟା ପାଇଁ ଯୌନ ନିର୍ଯାତନାକୁ ଦାୟୀ କରିଥିଲେ ହେଁ ଆରୋପୀ ମାନଙ୍କ ବିଷୟରେ କୌଣସି ସୂଚନା ଦେଇ ନାହାଁନ୍ତି।

Molested

ଏହି ସୁଇସାଇଡ଼ ନୋଟରେ ନାବାଳିକା ଜଣକ ଲେଖିଛନ୍ତି ଯେ,"ମୁଁ କରୁର ଜିଲ୍ଲାର ଯୌନ ନିର୍ଯାତନା ଯୋଗୁ ଜୀବନ ହାରିବାରେ ଶେଷ ଝିଅ ହେବାକୁ ଚାହୁଁଛି। ଏଥିପାଇଁ ଦାୟୀ ଥିବା ଲୋକଙ୍କ ନାମ ପ୍ରକାଶ କରିବା ପାଇଁ ଡର ଲାଗୁଛି। ଏହି ଦୁନିଆରେ ମୁଁ ଅଧିକ ଦିନ ବଞ୍ଚି ରହିବାକୁ ଚାହୁଁଥିଲେ ହେଁ ଏପରି ସମ୍ଭବ ହୋଇ ପାରିଲା ନାହିଁ"। ଏଥିସହିତ ନାବାଳିକା ଜଣକ ଏପରି ପଦକ୍ଷେପ ଗ୍ରହଣ କରିଥିବାରୁ ତାଙ୍କ ପରିବାର ଲୋକଙ୍କୁ କ୍ଷମା ପାର୍ଥନା କରିଛନ୍ତି।

Suicide

ମିଳିଥିବା ସୂଚନା ଅନୁଯାଇ ଶୁକ୍ରବାର ଦିନ ନାବାଳିକା ଜଣକ ସ୍କୁଲରୁ ଘରକୁ ଫେରିଥିଲେ। ସେତେବେଳେ ତାଙ୍କ ବିଧବା ମାଆ ଘରେ ନଥିବାରୁ ଏହାର ସୁଯୋଗ ନେଇ ସେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦୁଇ ବର୍ଷ ପୂର୍ବରୁ ନାବାଳିକାଙ୍କର ବାପା ଏବଂ କିଛି ମାସ ପୂର୍ବରୁ ଜେଜେ ଏବଂ କକାଙ୍କ ପୁଅଙ୍କର ଦେହାନ୍ତ ହୋଇ ଯାଇଥିବାରୁ ସେ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ। ତେବେ, ଏହାପରେ ସେ ଯୌନ ନିର୍ଯାତନାର ଶିକାର ହେବାରୁ ଏପରି କଠୋର ନିଷ୍ପତ୍ତି ନେଇଥିବା ପୋଲିସ ସନ୍ଦେହ କରୁଛି। ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

From around the web