କୁସ୍ତିଯୋଦ୍ଧାଙ୍କୁ ହତ୍ୟା କରି ବନ୍ଧା ହେଲେ ଅଲମ୍ପିକ ମେଡାଲିଷ୍ଟ ସୁଶିଲ କୁମାର, ହତ୍ୟା ପଛର କାରଣ ଜାଣି ହେବେ ତାଜୁବ୍

 
Sushil kumar

ଦେଶ ତଥା ବିଶ୍ୱର କୁସ୍ତିଯୋଦ୍ଧାମାନଙ୍କୁ ପରାସ୍ତ କରି ନାମ ଅର୍ଜନ କରିଥିବା ରେସଲର ସୁଶୀଲ କୁମାର ବର୍ତ୍ତମାନ କାଠଗଢାରେ ଠିଆ ହୋଇଛନ୍ତି। ହତ୍ୟା ମାମଲାରେ ଗିରଫ ହେବା ପରେ ତାଙ୍କୁ ପୋଲିସ ରିମାଣ୍ଡରେ ନେଇ ପଚରାଉଚରା କରୁଛି। ସୂଚନାନୁସାରେ, ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ସୁଶୀଲ କୁମାରଙ୍କ ସହ ଯାଇଥିବା ଲୋକଙ୍କ ମଧ୍ୟରେ ଗ୍ୟାଙ୍ଗଷ୍ଟର ନୀରଜ ବାୱାନା ଗ୍ୟାଙ୍ଗର ଲୋକମାନେ ମଧ୍ୟ ସାମିଲ ଥିଲେ।

ଅଲିମ୍ପିକ୍ ପଦକ ବିଜେତା ରେସଲର ସୁଶୀଲ କୁମାର କୁସ୍ତିବାଜ ସାଗର ଧନଖରଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସାଗର ହରିୟାଣାର ସୋନେପାଟର ବାସିନ୍ଦା। ସାଗର ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ସୁଶୀଲ କୁମାରଙ୍କ ଫ୍ଲାଟରେ ରହୁଥିଲେ।  ସାଗର ନିଜେ ଜଣେ କୁସ୍ତିବାଜ ଥିଲେ। କୁହାଯାଉଛି ଯେ ସୁଶିଲ ଏବଂ ସାଗର ମଧ୍ୟରେ ଏହି ଫ୍ଲାଟ ଯୋଗୁଁ ହୋଇଥିଲା ଯେଉଁଥିରେ ସାଗରଙ୍କୁ ହତ୍ୟା କରାଯାଇଥିଲା।

ସୁଶୀଲ କୁମାର ଏବଂ ତାଙ୍କ ସହଯୋଗୀମାନଙ୍କ ଉପରେ ଅଭିଯୋଗ ହୋଇଛି ଯେ, 2021 ମସିହା ମଇ 4 ତାରିଖ ରାତିରେ ସେମାନେ ଛତ୍ରସାଲ ଷ୍ଟାଡିୟମରେ ସାଗର ଧନଖରଙ୍କୁ ପିଟିଥିଲେ। ଏହା ପରେ ସୁଶୀଲ ଖସି ପଳାଇଲେ। ଦିଲ୍ଲୀ ପୋଲିସ ମଧ୍ୟ ତାଙ୍କୁ ଖୋଜିବାରେ ଏକ ଲକ୍ଷ ଟଙ୍କା ପୁରସ୍କାର ରଖିଥିଲା। ଶେଷରେ, 23 ତାରିଖ ଦିନ ଦିଲ୍ଲୀ ପୋଲିସ୍ ସ୍ପେଶାଲ୍ ସେଲ୍ ସୁଶୀଲ କୁମାରଙ୍କୁ ଗିରଫ କରିଥିଲା।

ସୁଶୀଲ କୁମାରଙ୍କ ସଫଳତାର କାହାଣୀ କହିବାକୁ ଗଲେ ଏହା ଆରମ୍ଭ ହୋଇଥିଲା ୧୯୯୮ରେ। ଓ୍ଵାର୍ଲ୍ଡ କ୍ୟାଡେଟ୍ ଗେମ୍ସରେ ସେ ସ୍ଵର୍ଣ୍ଣ ପଦକ ଜିତିଥିଲେ। ଦୁଇ ବର୍ଷ ପରେ ଏସିଆ ଚମ୍ପିଆନସିପ୍‌ରେ ମଧ୍ୟ ସ୍ଵର୍ଣ୍ଣ ଜିତିବାରେ ସଫଳ ହୋଇଥିଲେ। ୨୦୦୩ରେ ଏସିଆନ ରେସଲିଂ ଚାମ୍ପିଅନସିପ୍ ଏବଂ କମନୱେଲଥ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହାପରେ ସୁଶିଲ ୨୦୦୪ ଅଲିମ୍ପିକରେ ନିଶ୍ଚୟ ଦେଶ ପାଇଁ ପଦକ ଜିତିବେ ବୋଲି ସମସ୍ତଙ୍କ ଆଶାଥିଲା। ହେଲେ ସେ ନିରାଶ କରିଥିଲେ। ୨୦୦୪ ଅଲିମ୍ପିକ୍ସ ହାରିବା ପରେ ବି ବାକି ଟୂର୍ଣ୍ଣାମେଣ୍ଟରେ ସ୍ଵର୍ଣ୍ଣ ପଦକ ଜିତି ଚାଲିଥିଲେ। 

୨୦୦୫ ଓ ୨୦୦୭ କମନୱେଲଥ ଗେମରେ ମଧ୍ୟ ସ୍ୱର୍ଣ୍ଣ ଜିତି ସାରା ଦେଶକୁ ଗର୍ବିତ କରାଇଥିଲେ। ତାଙ୍କର ଏହି ସଫଳତାରେ କେନ୍ଦ୍ର ସରକାର ଅର୍ଜୁନ ପୁରସ୍କାରରେ ସମ୍ମାନିତ କରିଥିଲେ। ଶେଷରେ ୨୦୦୮ ଅଲିମ୍ପିକରେ ସେ ବ୍ରୋଞ୍ଜ ମେଡାଲ ଜିତିଥିଲେ ଏବଂ ୨୦୧୧ରେ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। ୨୦୧୨ ଗ୍ରୀଷ୍ମ ଅଲିମ୍ପିକ୍ସରେ ସୁଶୀଲ ରୌପ୍ୟ ପଦକ ଜିତି ଇତିହାସ ରଚିଥିଲେ।