ମଶାଣୀକୁ ଯାଉଥିଲା ଶବ, ଡ୍ରେସରୁ ଖସିଲା ଏମିତି ଏକ ଜିନିଷ ଓଲଟିଗଲା ପୁରା ମାମଲା, ପୂରା ଘଟଣା ଜାଣି ହେବେ ତାଜୁବ୍

 
Suicide

ବଞ୍ଚି ଥାଉ ଥାଉ ପରିବାର ଲୋକଙ୍କୁ ଯେଉଁ ବିଷୟରେ କହି ପାରିନଥିଲେ ମୃତ୍ୟୁ ପରେ ସେହି ଅଘଟଣ ବିଷୟରେ ଜଣାଇ ଦେଲା ଏକ ହାତ ଲେଖା ଚିଠି। ଆତ୍ମହତ୍ୟା କରିଥିବା ଜଣେ ଛାତ୍ରୀଙ୍କ ଶବକୁ ସତ୍କାର କରିବା ପାଇଁ ମଶାଣିକୁ ନିଆ ଯାଉଥିବା ବେଳେ ତାଙ୍କ ପୋଷାକରୁ ଏକ ଚିଠି ମିଳିଥିଲା ଯାହା ରାଜସ୍ଥାନର ବାଡ଼ମେର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Dead body

ମିଳିଥିବା ସୂଚନା ଅନୁଯାଇ ରାଜସ୍ଥାନର ବାଡ଼ମେର ଅଞ୍ଚଳରୁ ଆଜି ସକାଳେ ଜଣେ ଛାତ୍ରୀଙ୍କର ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। କୌଣସି କାରଣରୁ ଝିଅ ଆତ୍ମହତ୍ୟା କରି ଦେଇଥିବ ଭାବି ପରିବାର ଲୋକେ ଶବକୁ ମଶାଣିଙ୍କୁ ନେଇ ଯାଉଥିଲେ। ତେବେ, ରାସ୍ତାରେ ତାଙ୍କ ପୋଷାକରୁ ଏକ ସୁଇସାଇଡ଼ ନୋଟ ଖସି ପଡ଼ିଥିଲା। ଏହି ନୋଟରେ କିଛି ନିକଟ ସମ୍ପର୍କୀୟଙ୍କ ଦ୍ଵାରା ଗଣଧର୍ଷଣର ଶିକାର ହୋଇଥିବାରୁ ସେ ଆତ୍ମହତ୍ୟା କରିଥିବା ଲେଖା ହୋଇଥିଲା।

Dead body burning

ସୁଇସାଇଡ଼ ନୋଟ ଅନୁଯାଇ ଛାତ୍ରୀ ଜଣକ ତାଙ୍କ ସମ୍ପର୍କୀୟ ଭାଇ ମାନଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଏ ବିଷୟରେ କାହାକୁ କିଛି ନ କହିବା ପାଇଁ ସେମାନେ ଧମକ ଦେଉଥିବାରୁ ଭୟରେ ସବୁଦିନ ବଞ୍ଚିବା ଅପେକ୍ଷା ନିଜକୁ ଶେଷ କରିଦେଉଛି ବୋଲି ଛାତ୍ରୀ ଜଣକ ଏହି ନୋଟରେ ଲେଖିଛନ୍ତି। ଏହି ଚିଠି ପଢ଼ିବା ପରେ ପୀଡିତାଙ୍କ ପରିବାର ଲୋକଙ୍କ ତରଫରୁ ଏକ ମାମଲା ରୁଜୁ କରାଯାଇଥିଲା। ଏହାକୁ ଆଧାର କରି ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି।