ଏମିତି ପ୍ରେମକୁ ଦୁରୁ ଜୁହାର, ଦେହ ସୁଖ ନେଲା ପରେ ପ୍ରେମିକାକୁ ମାରି ୩୧ ଖଣ୍ଡ କଲା ପ୍ରେମିକ, ପୁରା ଘଟଣା ଜାଣି ହେବେ ତାଜୁବ୍

 
Premika ku hatya
ପ୍ରେମିକାଙ୍କୁ ୩୧ ଖଣ୍ଡ କରି ଜଙ୍ଗଲରେ ପୋତି ଦେଲେ ପ୍ରେମିକ । ପ୍ରେମର ଆଉ ଏକ ଭୟଙ୍କର ଦୃଶ୍ୟ । ଏପରି ମର୍ମାହନ୍ତର ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର୍ ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ବାଘବେଡା ଗାଆଁରେ ।

ବାଘବେଡା ଗାଆଁର ଲୁବୁ ଗଣ୍ଡଙ୍କ ଝିଅ ତିଲବତି , ବୟସ ୨୩ ବର୍ଷ , ମୁରୁମଡ଼ିହି ଗ୍ରାମର ଚନ୍ଦ୍ର ରାଉତଙ୍କୁ ପ୍ରେମ କରୁଥିଲେ । ଦୁହିଁଙ୍କ ମଧ୍ୟରେ ପ୍ରାୟ ଅଢେ଼ଇ ବର୍ଷ ଧରି ଚାଲି ଥିଲା ପ୍ରେମ ସମ୍ପର୍କ । ତେବେ ଚନ୍ଦ୍ର ରାଉତ୍ କିନ୍ତୁ ବିବାହିତ ଥିଲେ । ତାଙ୍କର ୫ଟି ଛୁଆ ମଧ୍ୟ ରହିଛନ୍ତି । 

Premika

ଗତ ବୁଧବାର ଦିନ ସନ୍ଧ୍ୟାରେ କାହାରିକୁ କିଛି ନ କହି ଘରୁ ବାହାରି ଯାଇଥିଲେ ତିଲବତି । ବିଳମ୍ବିତ ରାତି ହୋଇ ଯାଇଥିଲେ ମଧ୍ୟ ଘରକୁ ଫେରି ନ ଥିଲେ ସେ । ଯାହା ପରେ ଘର ଲୋକେ ଚିନ୍ତିତ ହୋଇ ଚାରିଆଡେ ଖୋଜା ଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ କେଉଁଠି । ଯାହା ପରେ ଘର ଲୋକେ ଥାନାରେ ଅଭିଯୋଗ କରିଥିଲେ । ପୋଲିସର ସନ୍ଧାନରୁ ସମସ୍ତଙ୍କ ସାମ୍ନାକୁ ଆସିଥିଲା ତିଲବତି ଙ୍କ ପ୍ରେମ କଥା ।

ଯାହା ପରେ ଚନ୍ଦ୍ର ଧରା ଛୁଆଁ ଦେଇ ନ ଥିଲା ପୋଲିସ୍ କୁ । ପୋଲିସ୍ ଚନ୍ଦ୍ରର ସ୍ତ୍ରୀକୁ ଥାନକୁ ନେଇ ପଚରା ଉଚରା କରିବାରୁ ସବୁ ସତ କହିଥିଲେ ପତ୍ନୀ , ଯେ ସେମାନେ ମିଶି ତାଙ୍କୁ ମାରି ୩୧ ଖଣ୍ଡ କରି ପାଖ ଜଙ୍ଗଲରେ ପୋତି ଦେଇଛନ୍ତି ଓ ତା ଡ୍ରେସ କୁ ପୋଡ଼ି ଦେଇଛନ୍ତି ।

Abhijukta

 ତେବେ ପ୍ରେମିକ ଚନ୍ଦ୍ର ରାଉତ ଓ ତାଙ୍କ ସ୍ତ୍ରୀ ସିଆଙ୍କୁ ରବିବାର ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। କୋର୍ଟରେ ଜାମିନ ମଞ୍ଜୁର ନ ହେବାରୁ ଉଭୟଙ୍କୁ ବିଚାରାଧୀନ ହାଜତକୁ ପଠାଇ ଦିଆଯାଇଛି।