ରସିକିଆ ସାରଙ୍କ କଳା କାରନାମା, ପଢ଼ାଉ ପଢ଼ାଉ ଛାତ୍ରୀଙ୍କୁ ଲୋଭେଇ ଯାଇଥିଲେ! ଭିଡ଼ିଓ ଭାଇରାଲ୍, ଆଉ ତାପରେ...

 
Viral video

ବାଲେଶ୍ୱର ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସମ୍ନାକୁ ଆସିଛି ଯେଉଁଠାରେ ଜଣେ ଶିକ୍ଷକଙ୍କ କଳା କାରନାମାର ପର୍ଦାଫାସ୍ ହୋଇଛି। ଟ୍ୟୁସନ୍ ନାଁରେ ଛାତ୍ରୀଙ୍କ ସହ ଅସଦାଚରଣ ଆସୁଥିଲେ ଏହି ରସିକିଆ ଅଧ୍ୟାପକ ଯେଉଁଥିପାଇଁ ଶେଷରେ ପୋଲିସ ହାତରେ ଧରାପଡିବା ସହ ହରାଇବାକୁ ପଡିଛି ଚାକିରୀ।

ପୁରା ଘଟଣା ମୁତାବକ ବାଲେଶ୍ଵର ଆର୍ଟ ଏଣ୍ଡ କ୍ରାପ୍ଟ କଲେଜରେ ପଢ଼ୁଥିବା ଜଣେ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷର ଛାତ୍ରୀଙ୍କୁ ଉକ୍ତ କଲେଜର ଅଧ୍ୟାପକ ଶଶାଙ୍କ ଶେଖର ଦାସ ନିଜ ଘରକୁ ଟ୍ୟୁସନ ପାଇଁ ଡାକିଥିଲେ। ତେବେ ନାବାଳିକା ଛାତ୍ରୀ ଜଣକ ସେଠାରେ ପହଞ୍ଚିବା ପରେ ତାଙ୍କୁ ଅସଦାଚରଣ କରିଥିଲେ ଶଶାଙ୍କ। କିନ୍ତୁ ଏହାର କିଛି ଦିନ ପରେ ଉକ୍ତ ଘଟଣାର ଏକ ଭିଡ଼ିଓ ଲିକ୍ ହୋଇଯାଇଥିଲା ଫଳରେ ସମ୍ପୂର୍ଣ୍ଣ ଘଟଣା ସମ୍ନାକୁ ଆସିଥିଲା।

ଏହି ଘଟଣା ଗତ ଏପ୍ରିଲ ମାସରେ ଘଟିଥିଲେ ମଧ୍ୟ ଭିଡ଼ିଓ ଭାଇରାଲ ହେବା ପରେ ହିଁ ନାବାଳିକା ଜଣକ ବାଲେଶ୍ୱର ସଦର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଉକ୍ତ ଅଧ୍ୟାପକଙ୍କୁ ଗିରଫ କରିଛି। ଉକ୍ତ ଛାତ୍ରୀ ଜଣକ ନାବାଳିକା ହୋଇଥିବାରୁ ଅଧ୍ୟାପକଙ୍କ ନାମରେ ପୋସ୍କୋ ଆକ୍ଟ ଅନୁଯାଇ ଏକ ମାମଲା ରୁଜୁ ହୋଇଛି। ତେବେ ଏହି ଘଟଣା କଲେଜ କର୍ତ୍ତୃପକ୍ଷଙ୍କ କାନରେ ପଡିବା ପରେ ଅଭିଯୁକ୍ତ ଅଧ୍ୟାପକଙ୍କୁ ତାଙ୍କ ଚାକିରୀରୁ ବାହାର କରି ଦିଆଯାଇଥିବା ନେଇ ସୂଚନା ମିଳିଛି।