ବାରମ୍ବାର ନାବାଳିକା ଭଉଣୀକୁ ଦୁଷ୍କର୍ମ କରୁଥିଲା ସାବତ ଭାଈ, କୋର୍ଟ ଶୁଣେଇଲା ଫାଶୀ ଦଣ୍ଡାଦେଶ, ଜାଣନ୍ତୁ ପୂରା ଘଟଣା

 
Fhasi danda

ରାକ୍ଷସ ସାଜିଲା ସାବତ ଭାଇ, ୫ ବର୍ଷର ଭଉଣୀକୁ ଦୀର୍ଘ ୬ ମାସ ହେବ ଦୁଷ୍କର୍ମ କରି ଆସୁଥିବା ନେଇ ଆସିଛି ସାଙ୍ଘାତିକ ଅଭିଯୋଗ। ତେବେ, ଅଭିଯୁକ୍ତ ଯୁବକ ଜଣକ ମୂଳତଃ ନେପାଳର ବସିନ୍ଧା ହୋଇଥିବା ବେଳେ ସେ ଉତ୍ତରାଖଣ୍ଡରେ ରହି ଆସୁଥିଲେ। ଯୁବକ ଜଣକ ନିଜ ସାବତ ଭଉଣୀକୁ ନିର୍ଯାତନା ଦେଉଥିବା ନେଇ ପଡ଼ୋଶୀ ଥାନାରେ ଏତଲା ଦେବାପରେ ସମ୍ପୂର୍ଣ୍ଣ ମାମଲା ସାମ୍ନାକୁ ଆସିଥିଲା।

Minor

ମିଳିଥିବା ସୂଚନା ଅନୁଯାଇ ବାପା ମାଆଙ୍କର ମୃତ୍ୟୁ ପରେ ଶିଶୁଟି ଉତ୍ତରାଖଣ୍ଡରେ ନିଜ ସାବତ ଭାଇ ସହିତ ରହି ଆସୁଥିଲେ। ସାବତ ଭାଇର ନାମ ଜନକ ବାହାଦୂର(୩୨) ହୋଇଥିବା ବେଳେ ସେ ନିୟମିତ ଶିଶୁଟିକୁ ନିର୍ଯାତନା ଦେଇ ଆସୁଥିଲା। ଏହିପରି ସବୁଦିନ ହେଉଥିବାରୁ ସେଠାରେ ଥିବା ପଡ଼ୋଶୀମାନେ ଏହା ବିଷୟରେ ଥାନାରେ ଏତଲା ଦେବା ପରେ ଶିଶୁଟିକୁ ଉଦ୍ଧାର କରାଯାଇଥିଲା।

Raped

ଉତ୍ତରାଖଣ୍ଡରେ ଶିଶୁଟିରେ କେହି ସମ୍ପର୍କୀୟ ରାହୁନଥିବାରୁ ତାକୁ ଏକ ଚାଇଲ୍ଡ ହୋମରେ ଛଡ଼ା ଯାଇଥିଲା। ସେଠାରେ ସାବତ ଭାଇ ବାରମ୍ବାର ଦୁଷ୍କର୍ମ କରୁଥିବା ନେଇ ଶିଶୁଟି ମୁହଁ ଖୋଲିଥିଲା। ଏଭଳି ସାଙ୍ଘାତିକ ଆସିବା ପରେ ଅଭିଯୁକ୍ତ ଜନକ ବାହାଦୂରକୁ ଗିରଫ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ଏହି ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେବାପରେ ତାକୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି ପଥୋରାଗଡ଼ ଫାଷ୍ଟ ଟ୍ରାକ୍ କୋର୍ଟ। କୋର୍ଟ ଏହି ମାମଲାକୁ ଅତି ଘୃଣ୍ୟ ଏବଂ ନିନ୍ଦନୀୟ ବୋଲି ବିବେଚନା କରିବା ସହିତ ଭଵିଷ୍ୟତରେ ଶିଶୁଟିର ଭରଣପୋଷଣ ପାଇଁ ୭ ଲକ୍ଷ ଟଙ୍କା ଜରିମାନା ଆଦାୟ କରିବା ପାଇଁ ନିର୍ଦେଶ ଦେଇଛନ୍ତି।