ମୋବାଇଲ ଛଡ଼ାଇ ନେବାରୁ ବାପା ମା'କୁ ଗୁଳି କରି ହତ୍ୟା କଲା ନାବାଳକ, ମୃତଦେହ ସହ କଲା ଏମିତି, ଜାଣନ୍ତୁ ପୁରା ଘଟଣା
ନାବାଳକ ଜଣକ ବାପା ,ମା ଓ ଭଉଣୀର ହତ୍ୟା କରି ମୃତ ଦେହ ସହ କଟାଇଲେ ତିନି ଦିନ ! ଏଭଳି ଏକ ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ବ୍ରାଜିଲରେ । ସମ୍ପୂର୍ଣ ଘଟଣାଟି ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
ଗତ ସୋମବାର ସାଓ ପାଉଲୋରେ ଏହି ଟ୍ରିପଲ୍ ମର୍ଡର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ସ୍ଥାନୀୟ ସୁରକ୍ଷା ମନ୍ତ୍ରଣାଳୟ ଦ୍ବାରା ଏହା ପ୍ରକାଶିତ ହୋଇଛି । ଘଟଣାର ମୁଖ୍ୟ ତଦନ୍ତକାରୀ ରୋବର୍ଟୋ ଆଫେନସୋ ଏ ନେଇ ରିପୋର୍ଟ ପ୍ରଦାନ କରିଛନ୍ତି ।
ତାଙ୍କର କହିବା ଅନୁସାରେ , ନଗର ପୋଲିସ ଏବଂ ତାଙ୍କ ପତ୍ନୀ ଏକ ପୁତ୍ର ସନ୍ତାନକୁ ଗ୍ରହଣ କରିଥିଲେ । କିଛି ଦିନ ତଳେ ପୁଅର ପିତା ମାତାଙ୍କ ସହ କୌଣସି ପ୍ରସଙ୍ଗକୁ ନେଇ ମତବାଦ ସୃଷ୍ଟି ହୋଇଥିଲା । ଯାହା ପରେ ସେମାନେ ପୁଅ ଠାରୁ ଫୋନ୍ ଛଡାଇ ନେଇଥିଲେ ।
ଏହା ପରେ ପୁଅ ଜଣକ ରାଗିଯାଇ ନିଜ ବାପାଙ୍କୁ ଗୁଳି କରିବା ସହିତ ନିଜର ୧୬ ବର୍ଷୀୟ ଭଉଣୀକୁ ମଧ୍ୟ ଗୁଳି କରିଥିଲେ । ପରେ ମାଆ ଘରକୁ ଆସିବା ପରେ ତାଙ୍କୁ ମଧ୍ୟ ଗୁଳି କରିଥିଲା ପୁଅ ।