ଦେଖନ୍ତୁ ଭିଡ଼ିଓ: ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଭାଇରାଲ କରି ଫେରାର ହୋଇଗଲା ଧୋକାବାଜ୍ ପ୍ରେମିକ, ତାପରେ ପ୍ରେମିକା...

 
Love sex dhoka

ପ୍ରଥମେ ପ୍ରେମ କରିଲା, ଜୀବନ ସାଥି ହେବାର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ମଧ୍ୟ ରଖିଲା। କିନ୍ତୁ, ବାହା ହେବା ବେଳକୁ ଧୋକା ଦେଲା। କେବଳ, ସେତିକି ନୁହେଁ ପ୍ରେମିକା ସହିତ ବିତାଇଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଭାଇରାଲ କରି ଦେଲା ଧୋକାବାଜ୍ ପ୍ରେମିକ। ଏହିପରି ଏକ ଲଜ୍ଜାଜନକ ଘଟଣା କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅନ୍ତର୍ଗତ କାଣ୍ଟି ଗ୍ରାମପଞ୍ଚାୟତର ନାରିଙ୍ଗପଦର ଗ୍ରାମରେ ଦେଖିବାକୁ ମିଳିଛି।

Victim

ଖବର ଅନୁଯାଇ ସରିତା ପାଙ୍ଗି ନାମକ ଯୁବତୀ ଜଣକ ଦାଦନ ଖଟିବା ପାଇଁ ଆନ୍ଧ୍ର ପ୍ରଦେଶ ଯାଇଥିଲେ। ସେ କାକିନଡା ସ୍ଥିତ ଏକ ଚିଙ୍ଗୁଡି କମ୍ପାନୀରେ ସେ କାମ କରୁଥିଲେ। ସେଠାରେ ତାଙ୍କରି ଗ୍ରାମର ଜୁନେସ୍ ଖସଲା ନାମକ ଜଣେ ବ୍ୟକ୍ତିଙ୍କ ମଧ୍ୟ କାମ କରୁଥିଲା। ଯାହା ସହିତ ଯୁବତୀଙ୍କ ବନ୍ଧୁତ୍ୱ ସ୍ଥାପନା ହୋଇଥିଲା। ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହାର କିଛି ଦିନ ପରେ ଜୁନେସ୍ ଯୁବତୀଙ୍କୁ ଏକ ଘରକୁ ନେବା ସହ ସେଠାରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା।

Accused

ଜୁନେସ୍ ସେହିଦିନ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ମଧ୍ୟ ରେକର୍ଡ଼ କରିଥିଲା। ପରବର୍ତ୍ତୀ ସମୟରେ ସେ ପୁଣି ଥରେ ଯୌନ ସମ୍ପର୍କ ରଖିବାକୁ କହିଥିଲେ ହେଁ ଯୁବତୀ ଜଣକ ଏଥିରେ ରାଜି ହୋଇନଥିଲେ। ବାରମ୍ବାର କହିବା ସତ୍ତ୍ୱେ ଯୁବତୀ ଜଣକ ରାଜି ନ ହେବାରୁ ଅଭିଯୁକ୍ତ ସେମାନଙ୍କ ଭିତରେ ଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓକୁ ଭାଇରାଲ କରିଦେଇଥିଲା। ଏହି ଭିଡ଼ିଓ ବର୍ତ୍ତମାନ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଥିବା ବେଳେ ଏଥିନେଇ ପୋଲିସର ଦ୍ୱାରାସ୍ତ ହୋଇଛନ୍ତି ପୀଡିତା। ତେବେ, ଏପର୍ଯ୍ୟନ୍ତ ପୋଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇପାରି ନାହିଁ।