ସେକ୍ସ ଚେଞ୍ଜ କରି ପୁଅରୁ ଝିଅ ହୋଇଥିଲେ ଯୁବକ, ପ୍ରେମିକ ଉପରେ ଲଗାଇଲେ ଦୁଷ୍କର୍ମ ଅଭିଯୋଗ, ପୂରା ଘଟଣା ଜାଣି ହେବେ ତାଜୁବ୍

 
Pua jhia

ସେକ୍ସ ଚେଞ୍ଜ କରି ପୁରୁଷରୁ ମହିଳା ହୋଇଥିବା ଜଣେ ବ୍ୟକ୍ତି ଦୁଷ୍କର୍ମର ଶିକାର ହୋଇଛନ୍ତି। କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ହେଁ ଦିଲ୍ଲୀର ଜଣେ ପୀଡ଼ିତା ଏଥିନେଇ ଥାନାରେ ଏତଲା ଦେଇଛନ୍ତି। ପାଖାପଖୀ ଚାରି ବର୍ଷ ପୂର୍ବରୁ ପୁରୁଷରୁ ମହିଳା ହୋଇଥିବା ପୀଡିତାଙ୍କୁ ଅଭିଯୁକ୍ତ ବିବାହର ପ୍ରଲୋଭନ ଦେଖାଇ ଦୁଇ ଦୁଇ ଥର ଦୁଷ୍କର୍ମ କରିଥିଲା। ଯୁବତୀ ଜଣକ ବିବାହ କଥା ଉଠାଇବାରୁ ଅଭିଯୁକ୍ତ ସମ୍ପର୍କ ଭାଙ୍ଗି ଫେରାର ହୋଇଯାଇଥିଲା।

Sex change

ଯୁବତୀଙ୍କ କହିବା ଅନୁଯାଇ ପ୍ରକୃତରେ ସେ ଜଣେ ପୁରୁଷ ରୂପରେ ଜନ୍ମ ନେଇଥିଲେ। କିନ୍ତୁ, ୪ ବର୍ଷ ତଳେ ସେ ସର୍ଜରୀ ସାହାଯ୍ୟରେ ପୁରୁଷରୁ ସେକ୍ସ ଚେଞ୍ଜ କରି ନାରୀ ରୂପ ଗ୍ରହଣ କରିଥିଲେ। ପେସାରେ ସେ ଜଣେ ଓକିଲ ହୋଇଥିବା ବେଳେ ଦିଲ୍ଲୀରେ ଘର ଭଡ଼ା ନେଇ ନିଜ କାମ କରୁଥିଲେ। ଏହାରି ଭିତରେ ଏକ ମୋବାଇଲ ଦୋକାନ କରିଥିବା ମୋନୁ ନାମକ ବ୍ୟକ୍ତିଙ୍କ ସହ ତାଙ୍କର ଦେଖା ହୋଇଥିଲା।

Raped

ଏହି ସମ୍ପର୍କ ପରବର୍ତ୍ତୀ ସମୟରେ ପ୍ରେମରେ ବଦଳି ଯାଇଥିଲା। ମୋନୁ ପୀଡ଼ିତାଙ୍କୁ ବିବାହର ସ୍ୱପ୍ନ ଦେଖାଇ ଏକ ବର୍ଷ ଭିତରେ ଦୁଇ ଥର ଶାରୀରିକ ସମ୍ପର୍କ ରଖିଥିଲେ। ପୀଡ଼ିତା ବିବାହ କଥା ଉଠାଇବାରୁ ମୋନୁ ତାଙ୍କ ସହ ସମସ୍ତ ସମ୍ପର୍କ ଛିନ୍ନ କରି ଛାଡ଼ି ପଳାଇଥିଲେ। ଏଥିନେଇ ପୀଡିତା ଜଣକ ସ୍ଥାନୀୟ ପୋଲିସ ଷ୍ଟେସନରେ ଏତଲା ଦେଇଥିଲେ। ପୋଲିସ ତାଙ୍କର ମେଡ଼ିକାଲ ଟେଷ୍ଟ କରିବା ପରେ ସେ ମହିଳା ହୋଇଥିବା ନିଶ୍ଚିତ ହୋଇଥିଲା। ପୋଲିସ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କରିଛି।