ଓଡ଼ିଶାରେ ଚାଞ୍ଚଲ୍ୟ! ଶାଳୀକୁ ଦୁଷ୍କର୍ମ ପରେ ହତ୍ୟା କଲା ଜ୍ୱାଇଁ, ଆଉ ତାପରେ ଶାଶୁର ହାତଗୋଡ଼ ବାନ୍ଧି..ଜାଣନ୍ତୁ ପୂରା ଘଟଣା

 
Jwain

ସାମାନ୍ୟ ଝଗଡ଼ାରୁ ମଣିଷ କିପରି ପଶୁ ପାଲଟିଯାଏ ତାହାର ଏକ କରୁଣ ଚିତ୍ର କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅନ୍ତର୍ଗତ କିରିବୁର ଅଞ୍ଚଳରେ ଦେଖିବାକୁ ମିଳିଛି। ଏଠାରେ ହୋଇଥିବା ଅଭିଯୋଗ ଅନୁଯାଇ ଅଭିଯୁକ୍ତ ସାମାନ୍ୟ ଝଗଡ଼ାକୁ କେନ୍ଦ୍ର କରି ନିଜ ଶାଳୀକୁ ଅତି ବର୍ବର ଭାବରେ ହତ୍ୟା କରିବା ସହ ଶାଶୂଙ୍କୁ ଦୁଷ୍କର୍ମ କରି ଫେରାର ହୋଇଯାଇଛି।

ମିଳିଥିବା ସୂଚନା ଅନୁଯାଇ ହତ୍ୟା ଅଭିଯୁକ୍ତ ହେଉଛି ରୂପ ସିଂ ସିଦ୍ଧୁ ନାମକ ଜଣେ ଯୁବକ। ସେ ଗତକାଲି ନିଜ ଶାଳୀ ସହ ଜଙ୍ଗଲକୁ ଛତୁ ଏବଂ କୁରକୁଟି ସଂଗ୍ରହ କରିବା ପାଇଁ ଯାଇଥିଲା। ସେଠାରେ କୋୖଣସି ଏକ କାରଣ ହେତୁ ଶାଳୀ ଭିଣୋଇ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ରୂପ ସିଂ ଅତି ବର୍ବର ଭାବରେ ଯୁବତୀଙ୍କ ଗଳା କାଟିଦେଇଥିଲା।

ହତ୍ୟା କରି ସରିବା ପରେ ମୃତଦେହକୁ ପ୍ରାୟ ୨୦୦ ଫୁଟ ତଳକୁ ଫିଙ୍ଗି ଦେଇଥିଲା ଅଭିଯୁକ୍ତ। ଏତିକିରେ ଅଭିଯୁକ୍ତର ରାଗ ଥଣ୍ଡା ହୋଇନଥିଲା ଯେ ପୁଣି ଘରକୁ ଆସି ଶାଶୂର ଗୋଡ ହାତ ବାନ୍ଧି କରିଥିଲା ଦୁଷ୍କର୍ମ।

ତେବେ କୌଶଳ କ୍ରମେ ପୀଡ଼ିତା ଶାଶୂ ସେଠାରୁ ଖସି ଆସି କିରିବୁର ଥାନାରେ ଅଭିଯୋଗ କରିଥିଲେ। କିରିବୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବଲାଣି ଥାନାକୁ ଖବର ଦେଇଥିଲେ। ତେବେ ଅଭିଯୁକ୍ତ ଶବକୁ ୨୦୦ ଫୁଟ ତଳକୁ ଫିଙ୍ଗି ଦେଇଥିବାରୁ ଖବର ଲେଖାହେବା ପର୍ଯ୍ୟନ୍ତ ଶବକୁ ଉଦ୍ଧାର କରାଯାଇ ପାରିନଥିଲା। ଅନ୍ୟପଟେ ଅଭିଯୁକ୍ତ ଜଣକ ଫେରାର ଥିବାରୁ ପୋଲିସ ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।