ସୋ’ରୁମ୍‌ରୁ ୩୫ ହଜାର ଟଙ୍କା ଶାଢ଼ି ଚୋରି କରି ଗିରଫ ହେଲେ ସହକାରୀ ରାଜସ୍ବ ନିରୀକ୍ଷକ, ଚୋରି ବେଳେ ଏମିତି ପଡିଗଲେ ଧରା

 
Rie steals saree

ପେଶାରେ ସେ ଜଣେ ସରକାରୀ ଚାକିରୀଆ କିନ୍ତୁ ଚୋରି କରୁଥିବା ସମୟରେ ଧରିନେଲା ପୋଲିସ। ପୁଣି କୋୖଣସି ସୁନା ହୀରା କି ଟଙ୍କା ନୁହେଁ ବରଂ ଶାଢ଼ୀ ଚୋରି କରି ଧରାପଡିଛନ୍ତି ସମ୍ବଲପୁର ଜିଲ୍ଲା ଯୁଯୁମୁରା ତହସିଲ୍ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ ରାଜସ୍ବ ନିରୀକ୍ଷକ (ଏଆର୍‌ଆଇ) ସନ୍ଧ୍ୟା ଆନନ୍ଦ ଦୋରା। ସେ ଶାଢ଼ୀ ଚୋରି କରୁଥିବା ସମୟର ଏକ ସିସିଟିଭି ଫୁଟେଜ୍ ପୋଲିସ ହାତରେ ଲାଗିବା ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା।

Sandhya

ମିଳିଥିବା ସୂଚନା ଅନୁଯାଇ ସନ୍ଧ୍ୟା ସମ୍ବଲପୁର ଜିଲ୍ଲା ଯୁଯୁମୁରା ତହସିଲ୍ କାର୍ଯ୍ୟାଳୟରେ ଜଣେ (ଏଆର୍‌ଆଇ) ଭାବରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ପରିବାର ସହ ସେ ସମ୍ବଲପୁର ସହରରେ ରୁହନ୍ତି। ନିକଟରେ ସେ ‘ଆନନ୍ଦ ୱାର୍ଲ୍ଡ’ ନାମକ ଏକ ସୋ'ରୁମକୁ ସପିଂ କରିବା ପାଇଁ ଯାଇଥିଲେ। ସପିଂ କରୁଥିବା ସମୟରେ ସନ୍ଧ୍ୟା କୌଶଳକ୍ରମେ ଏକ ଶାଢ଼ୀ ଚୋରି କରିନେଇଥିଲେ।

Arrested

ସୋ'ରୁମ କର୍ତ୍ତୃପକ୍ଷ ଶାଢ଼ୀ ଚୋରି ହୋଇଥିବା ଜାଣିବା ପରେ ସିସିଟିଭି ଫୁଟେଜ୍ ଚେକ୍ କରିଥିଲେ। ସେଠାରେ ସେମାନେ ପ୍ରମାଣ ପାଇବା ପରେ ତୁରନ୍ତ ଏଥିନେଇ ଏତଲା ଦେଇଥିଲେ। ଟାଉନ ଥାନା ପୋଲିସ ଏହି ଘଟଣାରେ ଆରଆଇ ଦୋରାଙ୍କୁ ଗିରଫ କରିଛି। ତେବେ, ଚୋରି ହୋଇଥିବା ଶାଢ଼ୀଟିର ଦାମ ପ୍ରାୟ ୩୫ ହଜ଼ାର ଟଙ୍କା ହେବ ବୋଲି ଜଣାପଡିଛି।