"ମୋ ଭୁଲ ହୋଇଯାଇଛି କିନ୍ତୁ ମୋ ଛୁଆ କୁ ନିଜର କରିଦିଅ" ଏମିତି ବିନତି କଲେ ରଶ୍ମି
କରୋନାରୁ ଆରମ୍ଭ ହେଇଥିଲା ଉଭୟ ମଧ୍ୟରେ ପ୍ରେମ ସଂପର୍କ। ହେଲେ ମଝିରେ ଅଲଗା ମଧ୍ୟ ନେଇଯାଇଥିଲେ ଉଭୟ। କିନ୍ତୁ ଆର୍ଯ୍ୟାନ ହାତ କାଟି ଫିଲାଇନ ପିଇ ରଶ୍ମୀଙ୍କ ଘରେ ବିବାହ କରିବାକୁ ଜିଦ୍ ଧରିବାରୁ ରଶ୍ମି ତାଙ୍କୁ ବିବାହ କରିଥିଲେ। କିଛିଦିନ ଭଲରେ ବିତିଥିଲା।
କିନ୍ତୁ ଏବେ ଉଭୟଙ୍କ ସଂପର୍କରେ ଦେଖା ଦେଇଛି ଫାଟକ। ତେବେ ରଶ୍ମି ଗର୍ଭବତୀ ଥାଇ ମଧ୍ୟ ରଶ୍ମିଙ୍କୁ ଶାଶୁଘରକୁ ନେଉନାହାଁନ୍ତି ଆର୍ଯ୍ୟାନ୍। ଅଗ୍ନିକୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହେଇଥିଲେ ରଶ୍ମି ଏବଂ ଆର୍ଯ୍ୟାନ୍। ଗର୍ଭବତୀ ସ୍ତ୍ରୀକୁ ଛାଡ଼ିଦେଇ ଚାଲିଯାବା ପରେ ଘରେ ଆଉ ପୁରାଉ ନାହାଁନ୍ତି ଆର୍ଯ୍ୟାନ୍।
ଆଗରୁ ବହୁତ୍ ହସଖୁସିରେ ରହୁଥିଲେ ଉଭୟ କିନ୍ତୁ ଏବେ ଆଉ ସେ ହସ କି ଖୁସି ନାହିଁ। ଦୁହିଁଙ୍କ ଜୀବନରେ ସୃଷ୍ଟି ହେଇଛି ଫାଟକ। ରଶ୍ମି ଏବେ ଖାଲି କାନ୍ଦିବାକୁ ଲାଗିଛନ୍ତି। ରଶ୍ମୀ ନିଜ ବାପ ଘରେ ଆର୍ଯ୍ୟାନଙ୍କୁ ଅପେକ୍ଷା କରି ବସିଛନ୍ତି। କିନ୍ତୁ ସମୟ ବିତି ଯାଉଛି ହେଲେ ନେବାକୁ ଆସୁନାହାଁନ୍ତି ଆର୍ଯ୍ୟାନ।
ଏନେଇ ରଶ୍ମି ଗଣମାଧ୍ୟମ ଆଗରେ କହିଛନ୍ତି, କିଛି ମିଡିଆ ବାଲା ଅଛନ୍ତି ସୋସିଆଲ ମିଡିଆରେ ତାଙ୍କ ନାଁ ରେ ମିଛ କଥା ଛାଡୁଛନ୍ତି। ରଶ୍ମିଙ୍କ ଭିଡିଓ ନେଇ ବହୁତ୍ କିଛି ମିଛ କଥା ଲଗେଇ ପକେଇ ଦେଇଛନ୍ତି। ଫଳରେ ରଶ୍ମିଙ୍କ ଶାଶୁ ଶଶୁର ରଶ୍ମିଙ୍କ ଉପରେ ବହୁତ୍ ରାଗୁଛନ୍ତି। ତେଣୁ ରଶ୍ମି ସେହି ମିଡିଆ ବାଲାଙ୍କୁ ଗଣମାଧ୍ୟମ ଆଗରେ ଅନୁରୋଧ କହିଛନ୍ତି ତାଙ୍କ ଭିଡିଓ ଡିଲିଟ୍ କରି ଦେବା ପାଇଁ।
ଏବଂ ଏହାପରେ ପୁଣି ଯଦି ମିଡିଆ ବାଲା ରଶ୍ମିଙ୍କ ଭିଡିଓ ଛାଡ଼ିବେ ତେବେ ରଶ୍ମି ତାଙ୍କ ବିରୋଧରେ ନୋଟିସ ଛାଡ଼ିବା ପାଇଁ ବାଧ୍ୟ ହେବେ। ଶେଷରେ ରଶ୍ମି ତାଙ୍କ ସ୍ଵାମୀଙ୍କୁ ଅନୁରୋଧ କରି କହିଛନ୍ତି ଯେ, ଗୋଟେ ଛୋଟ ଭୁଲ ପାଇଁ ଯଦି କୌଣସି ଭୁଲ ହେଇଚି ତେବେ ଆସିକି ସମାଧାନ କର। ଆଉ ତାଙ୍କ ସ୍ବାମୀ ଆସି ତାଙ୍କୁ ସାଙ୍ଗରେ ନେଇକି ଯିବାକୁ ରଶ୍ମି କହିଛନ୍ତି।