ଏଇ ବ୍ରିଜ ତଳେ ଶେଷ ଚିତ୍କାର କରିଥିଲା ରଶ୍ମିତା, ଆଉ ଦୁର୍ବୃତ୍ତ ନୃଶଂସ କାଣ୍ଡ ଭିଆଇ ଚମ୍ପଟ ମାରିଲା, ଜାଣନ୍ତୁ ପୁରା ଘଟଣା

 
Duskarma

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ମୂଷଳ ପୋଲ ନିକଟରୁ ଜଣେ ଯୁବତୀଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ ଉଦ୍ଧାର ହୋଇଛି। ଶାରୀରିକ ସମ୍ପର୍କ ରଖିବାକୁ ଅରାଜି ହେବାରୁ ନାବାଳିକାଙ୍କୁ ୨୫ ଫୁଟ ତଳକୁ ଠେଲି ମାରିବା ପରେ ଶବ ସହ ଦୁଷ୍କର୍ମ କରିବା ପରେ ପରିଚୟ ଲୁଚାଇବାକୁ ମୁହଁରେ ପଥର ଛେଚିଦେଇଥିଲା ଅଭିଯୁକ୍ତ। ଅଭିଯୁକ୍ତ ହେଲା ଆନନ୍ଦପୁର ପୌରାଞ୍ଚଳ ୧୪ ନମ୍ବର ୱାର୍ଡ ଘସିପୁରାର ପୁପୁନ ପାତ୍ର (୨୬)। ଏବଂ ଯୁବତୀ ଜଣକ ରଶ୍ମିତା ମୁଖି ବୋଲି ଜଣା ପଡିଛି।

Abhijikata

ହରିଚନ୍ଦନପୁର ଥାନା ଏସ୍‌ଆଇ ସୁରେଶ କୁମାର ମାଝୀଙ୍କ ସୂଚନା ଅନୁସାରେ, ମଙ୍ଗଳବାର ସକାଳେ କେତେକ ସ୍ଥାନୀୟ ଲୋକ ଯୁବତୀଙ୍କ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ । ହରିଚନ୍ଦନପୁର ପୁଲିସ ଟିମ ଘଟଣା ସ୍ଥଳକୁ ଆସି ପହଁଚିବା ସହ ଘଟଣା ସମ୍ପର୍କରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଅବଗତ କରାଇଥିଲେ। ଘସିପୁରା ମୁରାବାଲି ଅଞ୍ଚଳର ଦୁଇଭଉଣୀ ତାମିଲନାଡ଼ୁର ଏକ ସୂତାକଳରେ କାମ କରନ୍ତି। ଗତ ୧୭ରେ ସାନଭଉଣୀ ଗାଁକୁ ଫେରିଥିଲେ। ଆନନ୍ଦପୁର ଡାକ୍ତରଖାନା ନିକଟରେ ବାପାଙ୍କ ସହ ତାଙ୍କର ସାକ୍ଷାତ ବେଳେ କୌଣସି କାରଣରୁ ଯୁକ୍ତିତର୍କ ହୋଇଥିଲା। 

ଏହି ସମୟରେ ପୁପୁନ ସେଠାରେ ପହଞ୍ଚିଥିଲା। ରଶ୍ମିତା ଘରକୁ ଯିବା ପରିବର୍ତ୍ତେ ମାମୁଘର ହରିଚନ୍ଦନପୁର ଥାନା ଶଙ୍କରପୁର ଗ୍ରାମରେ ଛାଡ଼ିଦେବାକୁ ପୁପୁନକୁ କହିଥିଲା। ସେ ହରିଚନ୍ଦନପୁର ବଜାର ପରିବର୍ତ୍ତେ ବାଇପାସ୍‌ ରାସ୍ତାରେ ଯିବାରୁ ରଶ୍ମିତା ପ୍ରତିବାଦ କରିଥିଲେ। ବାଇପାସ୍‌ ରାସ୍ତାର ମୁଷଳ ନଦୀ ପୂର୍ବରୁ ଥିବା ଆପ୍ରୋଚ ରାସ୍ତାକଡ଼ରେ ପୁପୁନ ବାଇକ୍‌ ରଖି ରଶ୍ମିତାଙ୍କ ସହ ଶାରୀରିକ ସମ୍ପର୍କରେ ରଖିବାକୁ ଉଦ୍ୟମ କରିଥିଲା। 

ଏହାକୁ ରଶ୍ମିତା ବିରୋଧ କରିବାରୁ ଏଥିରେ ଉତ୍ତ୍ୟକ୍ତ ହୋଇ ପୁପୁନ ରଶ୍ମିତାଙ୍କୁ ରାସ୍ତାରୁ ୨୫ ଫୁଟ ତଳକୁ ଠେଲି ଦେଇଥିଲା। ରଶ୍ମିତା ଖସି ପଡ଼ିବା ପରେ ପୁପୁନ ତାଙ୍କୁ ଦୁଷ୍କର୍ମ କରିଥିଲେ। କାଳେ ରଶ୍ମିତା ବଞ୍ଚିଥିବ ଭାବି ଓଢ଼ଣିରେ ବେକକୁ ଚିପି ଦେଇଥିଲା। ମୃତଦେହକୁ ବିକୃତ କରିବା ପାଇଁ ରଶ୍ମିତାଙ୍କ ମୁହଁରେ ପଥରେ ଛେଚି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ପୁଲିସ ତଦନ୍ତ ପରେ ଯୁବତୀଙ୍କ ପରିଚୟ ମିଳିଥିଲା।