ନିଜ ଇଜ୍ଜତ ବଞ୍ଚାଇବାକୁ ଯାଇ ଦୁର୍ବୁତ୍ତକୁ ଜୀବନରୁ ମାରିଦେଲେ ଏହି ଯୁବତୀ!! ପୋଲିସ ହାତରେ ଗିରଫ ହେଲେ କିନ୍ତୁ….

 
Woman kills rapist

ନିଜ ଇଜ୍ଜତ ବଞ୍ଚାଇବାକୁ ଯାଇ ଦୁଷ୍କର୍ମ କରିବାକୁ ପ୍ରୟାସ କରୁଥିବା ଦୁର୍ବୁତ୍ତକୁ ହତ୍ୟା କରିଦେଲେ ଯୁବତୀ। ତାମିଲନାଡୁର ମିଞ୍ଜୁର ଅଞ୍ଚଳରେ ଏହିପରି ଏକ ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପଲଟିଯାଇଛି। ଘଟଣାର ପ୍ରାଥମିକ ତଦନ୍ତ ପରେ ଉକ୍ତ ଯୁବତୀଙ୍କ ବିରୋଧରେ ପୋଲିସ ଆଇପିସିର ଧାରା ୧୦୦ ଅନୁଯାଇ ଏକ ମାମଲା ରୁଜୁ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ଛାଡି ଦେଇଛି।

ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାଇ ୨୧ ବର୍ଷୀ

Rapist

ୟା ଏହି ଯୁବତୀ ଜଣକ କ୍ଷେତରେ କାମ କରିବାକୁ ଯାଇଥିଲେ। କିନ୍ତୁ, କିଛି ସମୟ ପରେ ୪୦ ବର୍ଷୀୟ ଜଣେ ଅଜ୍ଞାନ୍ତ ବ୍ୟକ୍ତି ସେଠାରେ ପହଞ୍ଚି ତାଙ୍କୁ ଦୁଷ୍କର୍ମ କରିବାକୁ ପ୍ରୟାସ କରିଥିଲା। ଦୁର୍ବୁତ୍ତ ମହିଳାଙ୍କୁ ଘୋଷାଡ଼ି ଘୋଷାଡ଼ି ଏକ ନିର୍ଜନ ସ୍ଥାନକୁ ନେଇଯାଇଥିଲା। କିନ୍ତୁ, ସେଠାରେ ନିଜକୁ ରକ୍ଷା କରିବାକୁ ଯାଇ ମହିଳାଜଣକ ଦୁର୍ବୁତ୍ତକୁ ଏକ ପଥରରେ ଛେଚି ହତ୍ୟା କରିଦେଇଥିଲା। 

ବ୍ୟକ୍ତି ଜଣକ ଚେତାଶୂନ୍ୟ ହୋଇ ପଡିଯିବା ପରେ ପୀଡିତା ତାକୁ ଘୋଷାଡ଼ି ନେଇ ରାସ୍ତା କଡରେ ଫିଙ୍ଗି ଦେଇଥିଲେ। ପରେ ସ୍ୱାମୀ ଓ ଖେତରେ କାମ କରୁଥିବା ଅନ୍ୟ ଶ୍ରମିକମାନେ ମଧ୍ୟ ସେଠାରେ ପହଞ୍ଚିଥିଲେ। ଅନ୍ୟପକ୍ଷରେ, ପୁଲିସ ଏହି ଖବର ପାଇବା ପରେ  ଚେତାଶୂନ୍ୟ ବ୍ୟକ୍ତିକୁ ଡାକ୍ତରଖାନା ପଠାଇଥିଲେ ସୁଦ୍ଧା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ପୁଲିସ ମହିଳାଙ୍କ ବିରୋଧରେ ଧାରା ୧୦୦ ଲଗାଇଥିଲେ ମଧ୍ୟ ମହିଳା ଜଣକ ନିଜ ଆତ୍ମରକ୍ଷା ପାଇଁ ଏପରି କରିଥିବାରୁ ତାଙ୍କୁ ବିନା ଦଣ୍ଡରେ ଛାଡ଼ି ଦିଆଯାଇଛି।