ରୋଗୀକୁ ବି ଛାଡିଲେନି! ଅକ୍ସିଜେନ୍ ସାହାରାରେ ବଞ୍ଚିଥିବା କରୋନା ମହିଳାଙ୍କୁ କଲେ ଦୁଷ୍କର୍ମ, ଆଉ ତାପରେ..

 
ରୋଗୀକୁ ବି ଛାଡିଲେନି! ଅକ୍ସିଜେନ୍ ସାହାରାରେ ବଞ୍ଚିଥିବା କରୋନା ମହିଳାଙ୍କୁ କଲେ ଦୁଷ୍କର୍ମ, ଆଉ ତାପରେ..

ସମଗ୍ର ଭାରତ ଏବଂ ବିଶ୍ୱ ବର୍ତ୍ତମାନ କରୋନା ସଂକ୍ରମଣ ବିରୁଦ୍ଧରେ ଲଢ଼ୁଥିବା ବେଳେ କିନ୍ତୁ କିଛି ବିକୃତ ମାନସିକତା ରଖିଥିବା ମଣିଷ ବଦଳି ନାହାନ୍ତି। ଗ୍ୱାଲିୟର ସହର ରୁ ଆସିଥିବା ଏକ ଖବର ଅନୁଯାଇ ଅକ୍ସିଜେନ୍ ସାହାରା ରେ ବଞ୍ଚିଥିବା ଜଣେ କରୋନା ପୀଡ଼ିତାଙ୍କୁ ଦୁଷ୍କର୍ମ କରିବାର ପ୍ରୟାସ କରିଛି ଡାକ୍ତରଖାନାର ୱାର୍ଡବୟ।

ଏହି ଖବର ଅନୁଯାଇ କରୋନାରେ ଆକ୍ରାନ୍ତ ହେବା ପରେ ପୀଡ଼ିତା ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବା ସହ ଅକ୍ସିଜେନ୍ ଲେବୁଲ କମିବାରୁ ତାଙ୍କୁ ଅକ୍ସିଜେନ୍ ଦିଆଯାଇଥିଲା। ତେବେ ଏପରି ଅସହାୟ ଅବସ୍ଥାରେ ଥିବା ଯୁବତୀଙ୍କୁ ଦୁଷ୍କର୍ମ ପ୍ରୟାସ କରିଛି ଅଭିଯୁକ୍ତ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ କରୋନା ସଂକ୍ରମିତ ହୋଇଥିବାରୁ ମହିଳାଙ୍କ ପାଖକୁ କାହାକୁ ଯିବାକୁ ଅନୁମତି ଦିଆ ଯାଇନଥିଲା। ତେଣୁ ଏହାର ଫାଇଦା ଉଠାଇ ଦୁଷ୍କର୍ମ ପ୍ରୟାସ କରିଥିଲା ଅଭିଯୁକ୍ତ। କିନ୍ତୁ ମହିଳା ଜଣକ ଚିତ୍କାର କରିବାରୁ ସେ ତାଙ୍କୁ ଛାଡ଼ି ପଳାଇଥିଲା।

ଏହାପରେ ମହିଳା ଜଣକ ନିଜ ପୁଅକୁ ଫୋନ୍ କରି ଏହା ବିଷୟରେ ଜଣାଇଥିଲେ। ତେବେ ସୂଚନା ମୁତାବକ ବିବେକ ଲୋଧି ନାମକ ଅଭିଯୁକ୍ତ କୁ ଗିରଫ କରାଯାଇଛି ଏବଂ ଅଭିଯୁକ୍ତ ବିରୋଧରେ ୩୭୬ ଧାରା ଅନୁଯାଇ ଏକ ମାମଲା ଦାୟର କରାଯାଇଛି। ଅନ୍ୟପଟେ ମେଡ଼ିକାଲ କର୍ତ୍ତୃପକ୍ଷ ବିରୋଧରେ ଅଭିଯୋଗ କରିବା ସେମାନଙ୍କ ଦାୟିତ୍ୱହୀନତା ନେଇ ପ୍ରଶ୍ନ ଉଠାଇଛନ୍ତି ମହିଳାଙ୍କ ପରିବାର ଲୋକେ।