ଦେଖନ୍ତୁ ଭିଡ଼ିଓ: ପୋଲିସ ଜାଲରେ ଫସିଗଲେ ରାନୀ ପଣ୍ଡା, ୨୦ କେଜି ଗଞ୍ଜେଇ ସହ ଗାଡ଼ି ଜବତ ହେବା ପରେ କହୁଛନ୍ତି….

 
Rani panda

ଗଞ୍ଜେଇ ଚାଲାଣ କରୁଥିବା ବେଳେ ପୋଲିସ ହାତରେ ଧରାପଡ଼ିଲା ରାନୀ ପଣ୍ଡା। ନାମଟିକୁ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ କି? ଆମେ ଏଠାରେ ଯେଉଁ ରାନୀ ପଣ୍ଡାଙ୍କ କଥା କହୁଛୁ ସେ ଯାତ୍ରା ଜଗତର ଆଇଟମ ଗାର୍ଲ ରାନୀ ପଣ୍ଡା ନୁହେଁ ବରଂ କୁଖ୍ୟାତ ଅପରାଧି ରାନୀ ପଣ୍ଡା ଅଟନ୍ତି। ପୋଲିସ ଏହି ଅପରାଧି ଠାରୁ ପ୍ରାୟ ୨୦ କିଲୋଗ୍ରାମ ଗଞ୍ଜେଇ ସହିତ ଏକ ବାଇକକୁ ଜବତ କରିଛି।

Rani panda

ରାନୀ ପଣ୍ଡା ନାମକ ଏହି ବ୍ୟକ୍ତି ଜଣକ ଗଞ୍ଜେଇ ଚାଲାଣ କରିବା ସହିତ ବ୍ରହ୍ମପୁର ସହରରେ ଦାଦାବଟି ଆଦାୟ କରିଥାଏ। ଯିଏ ଟଙ୍କା ଦେବାକୁ ମନା କରେ ତାକୁ ଲୋକ ଲଗାଇ ମରଣାତ୍ମକ ଆକ୍ରମଣ ମଧ୍ୟ କରିଥାଏ। କିଛି ଦିନ ତଳେ ସେ କୈଳାସ ନଗରରେ ଗୋପାଳ କୃଷ୍ଣ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କୁ ଫୋନ କରି ବଟି ମାଗିଥିଲା। କିନ୍ତୁ, ସେ ଟଙ୍କା ନଦେବାରୁ ରାନୀ ପଣ୍ଡା ଲୋକ ପଠାଇ ଗୋପାଳ କୃଷ୍ଣଙ୍କୁ ଖଣ୍ଡା ରେ ଆକ୍ରମଣ କରାଇଥିଲା।

କିନ୍ତୁ, ଆଜି ସେ ବ୍ରହ୍ମପୁର ବଡ ବଜାର ଉତ୍ତରାମୁଖୀ ଠାରେ ଏକ ବାଇକ ଯୋଗେ ଗଞ୍ଜେଇ ଚାଲାଣ କରୁଥିଲା। ଏହି ସମୟରେ ସ୍ଥାନୀୟ ପୋଲିସ ତାକୁ ଧରିବାରେ ସଫଳ ହୋଇଥିଲା। ଘଟଣାସ୍ଥଳରୁ ପ୍ରାୟ ୨୦ କେଜି ଗଞ୍ଜେଇ ଜବତ ହୋଇଥିବା ଜଣାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାନୀ ପଣ୍ଡା ନାମରେ ଏହା ପୂର୍ବରୁ ମଧ୍ୟ ୭ ରୁ ଅଧିକ ମାମଲା ରହିଛି।