ମହିଳା ସାମ୍ବାଦିକଙ୍କ ଉପରକୁ କୁକୁର ଛାଡ଼ିଦେଲେ, ଏବେ ବନ୍ଧା ହେବେ ରଘୁନନ୍ଦନ

 
raghu

ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ।

ତେବେ ମହିଳା ସାମ୍ବାଦିକଙ୍କ ଉପରକୁ କୁକୁର ଛାଡ଼ିଦେଲେ ବିଜେଡି ନେତା ତଥା ପୂର୍ବତନ ବାଲିକୁଦା ଏରସମା ବିଧାୟକ ରଘୁନନ୍ଦନ ଦାସ। ଏନେଇ କ୍ୟାପିଟାଲ ଥାନାରେ ଏତଲା ଦେଲେ ଉକ୍ତ ମହିଳା ସାମ୍ବାଦିକ । ଖବର ସଂଗ୍ରହ ପାଇଁ ରଘୁନନ୍ଦନଙ୍କ କ୍ବାର୍ଟର୍ସକୁ ଯାଇଥିଲେ ସାମ୍ବାଦିକା। ସେଠାରେ ରଘୁନନ୍ଦନ ତାଙ୍କ ଉପରେ କୁକୁର ଛାଡ଼ିଦେବାକୁ କହିଥିବା ଅଭିଯୋଗ କରିଛନ୍ତି ସାମ୍ବାଦିକା । 

ସୂଚନା ଅନୁସାରେ, ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନ ଭଙ୍ଗା ଚାଲିଛି । ସେନେଇ ଏବେ ରାଜ୍ୟ ରାଜନୀତି ଗରମ । ତେବେ ପ୍ରଣବଙ୍କ ଘର ପାଖକୁ ଲାଗି ରହିଥିବା ପୂର୍ବତନ ବିଧାୟକ ରଘୁ ନନ୍ଦନ ଦାସଙ୍କ ସରକାରୀ କ୍ୱାଟର୍ସ ଭିତରକୁ ଖବର ସଂଗ୍ରହ ପାଇଁ ପଶିଯାଇଥିଲେ। 

ଆଉ ସେତେବେଳେ ବିନା ଅନୁମତିରେ କ୍ଵାର୍ଟର୍ସ ଭିତରକୁ କାହିଁକି ଆସିଲ କହି କୁକୁର ଛାଡିଦେବାକୁ ତାଙ୍କ ସହଯୋଗୀଙ୍କୁ କହିଥିଲେ। ଏହା ପରେ ରଘୁନନ୍ଦନଙ୍କ ସହଯୋଗୀ କୁକୁରକୁ ଛାଡ଼ି ଦେଇଥିବା ଅଭିଯୋଗ କରିଛନ୍ତି ସାମ୍ବାଦିକା। ସେପଟେ କିନ୍ତୁ ସାମ୍ବାଦିକାଙ୍କ ଅଭିଯୋଗ ନେଇ ଏପର୍ଯ୍ୟନ୍ତ ରଘୁନନ୍ଦନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। 

ତେବେ ସେପଟେ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଘରେ କ୍ୟାପିଟାଲ ଥାନା ପୋଲିସ। ଗଣମାଧ୍ୟମର ଜଣେ ସାମ୍ବାଦିକଙ୍କ ଉପରକୁ କୁକୁର ଛାଡ଼ିବା ନେଇ ଅଭିଯୋଗ ପରେ କ୍ୟାପିଟାଲ ଥାନା ପୋଲିସ ରଘୁନନ୍ଦନଙ୍କ ସରକାରୀ ବାସଭବନରେ ପହଂଚିଛି