ରାଜଧାନୀରେ ଜଣେ ଗ୍ରାହକ ପାଇଁ ମାରପିଟ୍ ହେଉଥିଲେ ୨ ଦେହଜୀବୀ, ପହଞ୍ଚିଗଲା ପୋଲିସ୍, ଆଉ ତାପରେ ଦେଖନ୍ତୁ ଭିଡ଼ିଓ

 
Dehajibi

ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ୨ ମାସ ହେବ ଲକଡ଼ାଉନ ଘୋଷଣା କରିଥିଲେ। ଯାହାଫଳରେ ଜୀବନ ବଞ୍ଚାଇବା ଚକ୍କର୍ ରେ ବିଭିନ୍ନ ବର୍ଗର ଲୋକେ ନିଜର ଜୀବିକା ହରାଇଛନ୍ତି। ଗୋଟିଏ ପଟେ ଲକଡାଉନ ନିୟମ କଡାକଡ଼ି ଭାବରେ ପାଳନ କରାଯାଉଛି ବୋଲି ପୋଲିସ ଏବଂ ପ୍ରଶାସନ କହୁଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ କିନ୍ତୁ ଚାଲିଛି ବେଧଡକ ଦେହ କାରବାର।

ଭୁବନେଶ୍ୱରରେ ରାତି ବଢ଼ିବା ସହିତ ରାସ୍ତା କଡ଼ରେ ଲାଗୁଛି ଦେହଜୀବୀ ଏବଂ ଗ୍ରାହକଙ୍କ ଭିଡ଼। ଦୁଇ ଦିନ ତଳେ ଜଣେ ଗ୍ରାହକଙ୍କ ପାଇଁ ଦୁଇ ଜଣ ଦେହଜୀବୀ ହାତାହାତି ହେବାର ଅଭାବନୀୟ ଚିତ୍ର ସମ୍ନାକୁ ଆସିଛି। ଏହି ଘଟଣା ରାଜଧାନୀ ଜୟଦେବ ବିହାର ଛକରେ ଦେଖିବାକୁ ମିଳିଥିଲା ଯେଉଁଠି ଦୁଇ ଦେହଜୀବୀ ପ୍ରାୟ ୩୦ ମିନିଟ ଧରି ରାସ୍ତା ଉପରେ ଟଣାଓଟରା ହୋଇଥିଲେ।

ଖବର ମୁତାବକ ସେମାନଙ୍କ ଭିତରୁ ଜଣେ ଗ୍ରାହକଙ୍କ ସହିତ କଥା ହୋଇଥିଲେ କିନ୍ତୁ ସେଠାକୁ ଆଉ ଜଣେ ଯୁବତୀ ଆସି ହସ୍ତକ୍ଷେପ କରିବାରୁ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ ପହଞ୍ଚି ଉଭୟ ଦେହଜୀବୀଙ୍କୁ ସେଠାରୁ ତଡ଼ି ଦେଇଥିବା ବେଳେ ଗ୍ରାହକ ଜଣକ ସୁଯୋଗ ପାଇ ଘଟଣା ସ୍ଥଳରୁ ଖସି ପଳାଇଥିଲା। ତେବେ ଲକଡାଉନ ଚାଲିଥିବା ବେଳେ ରାଜଧାନୀରେ କିପରି ଏହି ଅନୈତିକ କାର୍ଯ୍ୟ ଚାଲିଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।