ଦେଖନ୍ତୁ ଭିଡ଼ିଓ: ମତେ ଦେହ ସୁଖ ଦେ.. ଗ୍ରହ ଶାନ୍ତି ହେବ, କବାଟ ବନ୍ଦ କରି ପୂଜା ବାହାନାରେ ନନା ମୋ ସହ କଲା ଏମିତି

ମଣିଷ ଆଧୁନିକତାର ସହିତ ତାଳ ଦେଇ ଆଗକୁ ବଢୁଥିବା ବେଳେ ଆଜିବି ଦେଶ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକେ ଅନ୍ଧବିଶ୍ୱାସକୁ ପ୍ରସୟ ଦେଉଛନ୍ତି। ଯାହାଫଳରେ ନୂଆ ନୂଆ ଭଣ୍ଡ ବାବାଙ୍କ କାହାଣୀ ସାମ୍ନାକୁ ଆସୁଛି। କେନ୍ଦ୍ରାପଡା ଜିଲ୍ଲାରେ ଏଭଳି ଆଉଜଣେ ଭଣ୍ଡ ବାବାଙ୍କ କାହାଣୀ ସାମ୍ନାକୁ ଆସିଛି।
ବାସ୍ତୁ ଦୋଷ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ କରିବାକୁ ପ୍ରତିଶୃତି ଦେଇ ଏହି ଭଣ୍ଡ ବାବା ଜଣଙ୍କ ମହିଳାମାନଙ୍କ ସହିତ ଅସଦାଚରଣ କରୁଥିବା ଅଭିଯୋଗ ହୋଇଛି। ଜଗତସିଂହପୁର ଜିଲ୍ଲା ନିକଟ ଶାଳଜଙ୍ଗ ପଞ୍ଚାୟତର କାଂଶ ଗ୍ରାମରେ ଏଭଳି ଘଟଣା ଘଟିଥିବା ବେଳେ ଅଭିଯୁକ୍ତଙ୍କ ନାମ ସମୀର କାନ୍ତ ରାଉଳ ଓରଫ କୁନୁ ନାନା ବୋଲି ଜଣାପଡିଛି। ପୂର୍ବରୁ ମଧ୍ୟ ସେ ମିଛ ସତ କହି ଅନେକ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା କଥା ସାମ୍ନାକୁ ଆସିଛି।
ତେବେ, ନିଜକୁ ମା ସାରଳାଙ୍କ ପୂଜକ ବୋଲି କହିବା ସହିତ ଉକ୍ତ ଅଞ୍ଚଳର ଜଣେ ମହିଳାଙ୍କୁ ନିଜ ଜାଲରେ ଫସାଇ ଥିଲେ। ଗୃହଶାନ୍ତି ଏବଂ ବାସ୍ତୁଦୋଷ ନିରାକରଣ ପାଇଁ ସେ ଏକପ୍ରକାର ପୂଜା କରାଇବାକୁ ମହିଳାଙ୍କୁ କହିଥିଲେ। ପୂଜା ସମୟରେ ଘରେ ସେ ଏକା ରହିବେ ବୋଲି କହିଥିଲେ ଏହି ଭଣ୍ଡ ବାବା। ତେବେ, ଘଟଣାଦିନ ମହିଳାଙ୍କୁ ଏକୁଟିଆ ପାଇ ଏହି ଭଣ୍ଡ ଜଣକ ତାଙ୍କ ସହିତ ଅସଦାଚରଣ କରିବା ପାଇଁ ଚେଷ୍ଟା କରିଥିଲେ। ମହିଳା ଜଣକ ଘରୁ ବାହାରି ଆସି ପାଟି କରିବାରୁ ସ୍ଥାନୀୟ ଲୋକେ ସମୀରଙ୍କୁ ବାନ୍ଧି ପୋଲିସର ଜିମା ଦେଇଥିବା ଜଣାପଡିଛି।