ଏହି ସ୍ଥାନରେ ଘଟିଛି ଅଭାବନୀୟ ଘଟଣା, କରାଗଲା ଗର୍ଭବତୀ ମହିଳାଙ୍କ ହତ୍ୟା, ଘଟଣା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ

 
Dowry death

ଗୁରୁବାର ସନ୍ଧ୍ୟାରେ ପଞ୍ଜାବ ସୁଲତାନପୁର ଲୋଧି ଅଞ୍ଚଳରୁ ସନ୍ଦେହଜନକ ଅବସ୍ଥାରେ ଜଣେ ନବ ବିବାହିତା ମହିଳାଙ୍କ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ମୃତ ନବ ବିବାହିତାଙ୍କ ନାମ ମୁସ୍କାନ ବୋଲି ଜଣାପଡିଛି। ମାତ୍ର ୧୦ ମାସ ତଳେ ବିବାହ କରିଥିବା ମୁସ୍କାନଙ୍କର ମୃତ୍ୟୁ ପରେ ତାଙ୍କ ବାପଘର ଲୋକେ ସ୍ୱାମୀ ଏବଂ ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି।

Muskan

ମିଳିଥିବା ସୂଚନା ଅନୁଯାଇ ମୁସ୍କାନ ୧୦ ମାସ ତଳେ ସନ୍ନି ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ। ତେବେ, ବାହାଘର ବେଳେ ନିଜ ସ୍ଥିତି ଠାରୁ ଯଥେଷ୍ଟ ଅଧିକ ଯୌତୁକ ଦେଇଥିବା ମୁସ୍କାନଙ୍କ ପିତା କୁଲବିନ୍ଦର କହିଛନ୍ତି। ଏତେ ଯୌତୁକ ପାଇବା ପରେ ବି ଶ୍ୱଶୁର ଘର ଲୋକେ ଅଧିକ ପାଇବା ଆଶାରେ ତାଙ୍କ ଝିଅକୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି।

Dowry death

ଏପରିକି ମୁସ୍କାନ ଗର୍ଭବତୀ ଥିଲେ ହେଁ ବିଭିନ୍ନ ସମୟରେ ସ୍ୱାମୀ ଓ ଶ୍ୱଶୁର ଘର ଲୋକେ ତାଙ୍କୁ ମାରପିଟ କରୁଥିବା କୁହାଯାଉଛି। ଯୌତୁକ ଦେଇନଥିବାରୁ ତାଙ୍କ ପୁଅକୁ ଦ୍ଵିତୀୟ ବିବାହ କରାଇଦେବେ ବୋଲି କହି ମୁସ୍କାନଙ୍କ ଶାଶୂ ତାଙ୍କୁ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ପୂର୍ବରୁ ଅନେକ ଥର ତାଙ୍କୁ ତଣ୍ଟି ଚିପି ହତ୍ୟା ଧମକ ଦିଆଯାଇଥିବା ବେଳେ ଏବେ ମୃତ ଦେହର ତଣ୍ଟି ଉପରେ ଆଘାତର ଚିହ୍ନ ଥିବାରୁ ହତ୍ୟାର ସନ୍ଦେହ ଘନୀଭୂତ ହେଉଛି। ମୃତକଙ୍କ ପରିବାର ତରଫରୁ ଏଥିନେଇ ଥାନାରେ ଅଭିଯୋଗ ହେବାପରେ ପୋଲିସ ତଦନ୍ତ ଜାରି ରଖିଛି। ମୃତ ଦେହର ପୋଷ୍ଟମୋର୍ଟମ ରିପୋର୍ଟ କୁ ଆଧାର କରି ତଦନ୍ତ ଆଗେଇବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।