ରାତି ୩ଟାରେ ମହିଳାଙ୍କ ଘରକୁ ଆସି ଦୁଷ୍କର୍ମ ପ୍ରୟାସ କରି ଫସିଲେ ପୋଲିସ୍ ବାବୁ, କହିଲେ ଶୀଘ୍ର ଦିଅ ନହେଲେ..ଦେଖନ୍ତୁ ଭିଡ଼ିଓ

 
Police

ରାତିରେ ଘରେ ପଶି ଦୁଷ୍କର୍ମ କରିବାକୁ ଚେଷ୍ଟା କରିବା ଅଭିଯୋଗରେ ଜଣେ ପୋଲିସ ସବ୍‌ଇନ୍ସିପେକ୍ଟରଙ୍କୁ ଚାକିରୀ ହରାଇବା ସହ ଗିରଫ ହୋଇ ଜେଲ ଯିବାକୁ ପଡିଛି। ବଅଁରପାଳ ଥାନାରେ ଠିକାଭିତ୍ତିକ ପୋଲିସ ଚାକିରୀ ପାଇଥିବା ନୀଳମଣି ମହାନ୍ତିଙ୍କ ନାମରେ ଏଭଳି ଏକ ସାଙ୍ଘାତିକ ଅଭିଯୋଗ ଆସିବା ସହ ଏହାର ଏକ ଭିଡ଼ିଓ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।

Nilamani mohanty

ମିଲିଥିବା ସୂଚନା ଅନୁଯାଇ ତାଳଚେର ଥାନା କଙ୍କିଳି ଗ୍ରାମର ନୀଳମଣି ମହାନ୍ତି ସେନା ବାହିନୀରୁ ଅବସର ନେବା ପରେ ପୁଲିସ ବିଭାଗରେ ଠିକା ନିଯୁକ୍ତି ପାଇଥିଲେ। ନିଯୁକ୍ତି ପରେ ତାଙ୍କୁ ହାଇୱେ ପାଟ୍ରୋଲିଂ ଦାୟିତ୍ୱ ଦିଆଯାଇଥିଲା। ବୁଧବାର ରାତି ପ୍ରାୟ ସାଢ଼େ ୩ଟା ବେଳେ ପାଟ୍ରୋଲିଂରେ ଥିବା ଶ୍ରୀ ମହାନ୍ତି ତାଳଚେର ଥାନା ଇଲାକା ଅଙ୍ଗାରୁଆ ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କ ଘରେ ପଶିଥିଲେ। 

Police babu

ସେ ବିଳମ୍ବିତ ରାତିରେ କବାଟ ବଡେଇ ମହିଳାଙ୍କୁ ଉଠାଇବା ସହ ମହିଳାଙ୍କୁ “ଦବ ଯଦି… ରହିବି” ଶୁଣିକି ଆସିଛି… ନହେଲେ ଚାଲିଯିବି ବୋଲି କହିଥିଲେ। ତେବେ, ମହିଳା ଜଣକ ଏହି ଘଟଣାର ଭିଡ଼ିଓ ରେକର୍ଡ଼ କରିବା ସହ ଏହାକୁ ଆଧାର କରି ତାଳଚେର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଆଇପିସି ଧାରା ୩୫୪, ୩୨୩, ୫୦୬ ଓ ୪୫୪ ଦଫାରେ ମାମଲା ରୁଜୁ କରି ନୀଳମଣିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।