ଦେଖନ୍ତୁ ଭିଡ଼ିଓ: ଥାନାକୁ ଆସିଥିବା ମହିଳାଙ୍କ ଆଗରେ ହସ୍ତମୈଥୁନ କରୁଥିଲେ ପୋଲିସ ବାବୁ, ଜଣା ପଡିବା ପରେ...

 
Police SHO mastrubate

ପଦବୀ ଓ କ୍ଷମତା ନିଶାରେ କିଛି ଅଧିକାରୀ ଏପରି ମାତାଲ ହୋଇଯାଇଥାନ୍ତି ଯେ ସେମାନେ ଠିକ ଭୁଲ ମଧ୍ୟରେ ଥିବା ପାର୍ଥକ୍ୟକୁ ସମ୍ପୂର୍ଣ୍ଣ ଭାବରେ ଭୁଲି ଯାଇଥାନ୍ତି। ଉତ୍ତର ପ୍ରଦେଶ ଦେଓରିଆ ଅଞ୍ଚଳରେ କାର୍ଯ୍ୟରତ ଥିବା ପୋଲିସ ଅଧିକାରୀ ଥାନା ଭିତରେ ଜଣେ ମହିଳାଙ୍କ ଆଗରେ ହସ୍ତମୈଥୁନ କରି ନିଲମ୍ବିତ ହୋଇଛନ୍ତି। ଏଥିସହିତ ଘଟଣାର ଏକ ଭିଡ଼ିଓ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।

Bhisma singh yadav

ମହିଳା ଜଣକ କରିଥିବା ଅଭିଯୋଗ ଅନୁଯାଇ ସେ ଗତ ଜୁନ ୨୨ ତାରିଖରେ ନିଜ ଝିଅ ସହ ଭଟନୀ ଥାନାକୁ ଯାଇଥିଲେ। ସେଠାରେ ଉପସ୍ଥିତ ଥିବା SHO ଭୀଷ୍ମପାଳ ସିଂ ଯାଦବ ମହିଳାଙ୍କ ସାମ୍ନାରେ ହସ୍ତମୈଥୁନ କରିଥିଲେ। କେବଳ ଏତିକି ନୁହେଁ ବରଂ ଭୀଷ୍ମପାଳ ତାଙ୍କୁ ଏବଂ ତାଙ୍କ ଝିଅକୁ ଅଶ୍ଲୀଳ ଇଙ୍ଗିତ କରିବା ସହିତ ଅଭଦ୍ର ଭାବରେ କଥା ହୋଇଥିବା ମହିଳା ଜଣକ କହିଛନ୍ତି।

ନିଜ ଅଫିସ ଭିତରେ ଥାନା ଅଧିକାରୀଙ୍କର ଏଭଳି ଆଶାଳୀନ ବ୍ୟବହାରରେ ବ୍ୟତିବ୍ୟସ୍ତ ହୋଇ ମହିଳା ଜଣକ ଏଥିନେଇ ଦେଓରିଆ ଏସ.ପି ଙ୍କ ଦ୍ୱାରାସ୍ତ ହୋଇଥିଲେ। ତେବେ, ଘଟଣାର ଭିଡ଼ିଓ ଭାଇରାଲ ହେବାପରେ ଅଭିଯୁକ୍ତ ଥାନାଧିକାରୀଙ୍କୁ ଗତ ଜୁନ ୨୬ ତାରିଖରେ ଚାକିରୀରୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି। ତେବେ, ଭିଡ଼ିଓ ଭାଇରାଲ ହେବାପରେ ସ୍ଥାନୀୟ ଅଞ୍ଚଳରେ ଏଥିନେଇ ଉତ୍ତେଜନା ଦେଖା ଦେଇଥିଲା।

ଦେଖନ୍ତୁ ଭିଡ଼ିଓ:-